ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ଶରତ ବାବୁଙ୍କ ପରଲୋକ ଘଟିଛି। ସୋମବାର ୭୧ ବର୍ଷ ବୟସରେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଏକ ଶକ୍ତ ଧକ୍କା ଦେଇଛି। ସୂଚନା ଅନୁସାରେ, ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଶରତ ବାବୁ ଗତ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କର ଅନେକ ପ୍ରମୁଖ ଅଙ୍ଗ ଭଲ ଭାବେ କାମ କରୁ ନଥିଲା।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..