ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ନିଆଁ ଲଗାଇ ଦେଇଛନ୍ତି ଅଭିନେତ୍ରୀ ଆଲୟନା ଦତ୍ତ । ଖୁବ ଶୀଘ୍ର ଭୋଜପୁରୀ ଇଣ୍ଡଷ୍ଟ୍ରୀରେ ପଦାର୍ପଣ କରିବାକୁ ଯାଉଥିବା ଅଲୟନାଙ୍କ ବିକିନି ଅବତାରକୁ ବେଶ ପସନ୍ଦ କରିଛନ୍ତି ଫ୍ୟାନ୍ । ଭ୍ୟାକେସନ୍ ମନାଉଥିବା ଆଲୟନା ନିୟମିତ ଭାବରେ ନିଜର ଫଟୋ ଓ ଭିଡିଓ ପୋଷ୍ଟ କରୁଥିବା ବେଳେ ଫ୍ୟାନ ଏହାକୁ ପସନ୍ଦ କରିଛନ୍ତି ।

ଆଲୟନା ପୋଷ୍ଟ କରୁଥିବା ଫଟୋରେ ଏକ ବେବି ପିଙ୍କ ରଙ୍ଗର ବିକନୀ ପିନ୍ଧିଛନ୍ତି । ଏହି ବିକିନି ଫଟୋରେ କ୍ୟାପସନ୍ ରଖିଛନ୍ତି ଅନ ଏ ଭ୍ୟାକେସନ୍ । ଛୁଟି ମନାଉଥିବା ଏହି ଅଭିନେତ୍ରୀ ଜଣଙ୍କ ଖୁବଶୀଘ୍ର ଭୋଜପୁରୀ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ୟଶ କୁମାରଙ୍କ ଫିଲ୍ମ ସୁରକ୍ଷାରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଆଲୟନା ଦତ୍ତ । ଭୋଜପୁରୀ ଅଭିନେତ୍ରୀ ସୁଦୀକ୍ଷା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଶୁଟିଂ ସରିଥିଲେ ମଧ୍ୟ ଏହାର ରିଲିଜ ତାରିଖ ସ୍ପଷ୍ଟ ହୋଇନାହିଁ ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..