ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମୋଟ ୭୧ % ମତଦାନ ହୋଇଛି | ଭୋଟ ଗ୍ରହଣ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଛନ୍ତି | କହିଛନ୍ତି ଯେ ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୭୧% ମତଦାନ ହୋଇଛି। ଚୂଡ଼ାନ୍ତ ସଂଖ୍ୟା ଆସିଲେ ମତଦାନ ସଂଖ୍ୟା ବଢ଼ିପାରେ। କାଁଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିପୂର୍ଣ୍ଣ ହୋଇଛି। ଯାଜପୁର, ଜଗତସିଂହପୁରର କିଛି ସ୍ଥାନରେ ବାଧା ଉପୁଜିବା ଖବର ଆସିଛି। ବାଲାଟପେପର ତୃଟି ପାଇଁ ୨/୩ଟି ଜାଗାରେ ପୁନଃଭୋଟ ଆବଶ୍ୟକ ପଡ଼ିପାରେ। ଏ ନେଇ ଜିଲାପାଳମାନଙ୍କଠାରୁ ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ି ପ୍ରକାଶ କରିଛନ୍ତି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….