ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ପ୍ରଖ୍ୟାତ ଗୀତିକାର ଜାଭେଦ ଅଖତର ପୂର୍ବରୁ ମାନହାନୀ ମାମଲାରେ ଆରିଥିବା ବେଳେ ଆଜି କଙ୍ଗନା ଜାଭେଦଙ୍କ ବିରୋଧରେ ପାଲଟା ମାମଲା ରୁଜୁ କରିଛନ୍ତି | ଜାଭେଦ ତାଙ୍କୁ ନିର୍ଯାତନା ଓ ଧମକ ଦେଉଥିବା ଅଭିଯୋଗ କରିଛନ୍ତି | ଏଥିସହିତ ସୋମବାର କଙ୍ଗନା ଏବଂ ଜାଭେଦ ଅଦାଲତରେ ମୁହାଁମୁହିଁ ହୋଇଛନ୍ତି | ଅଭିନେତ୍ରୀଙ୍କ ଓକିଲ ରିଜବାନ ସିଦ୍ଧିକି କହିଛନ୍ତି, ଜାଭେଦ ଅଖାତର କଙ୍ଗନାଙ୍କୁ ଘରକୁ ଡାକି ଧମକ ଦେଇଛନ୍ତି | ସିଦ୍ଧିକି କହିଛନ୍ତି ଯେ କଙ୍ଗନା ଏପର୍ଯ୍ୟନ୍ତ ସାଂସପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି | ଏହାସ୍ବତେସେ ସୋମବାର କୋର୍ଟରେ ହାଜର ହୋଇଥିଲେ | ଏହା ପୂର୍ବରୁ ତାଙ୍କୁ ହାଜର ହେବାଲାଗି କୋର୍ଟ ଅନେକ ଥର ସମନ କରିଥିଲେ ମଧ୍ୟ କଙ୍ଗନା ଆସୁନଥିଲେ | ସୂଚନା ଯୋଗ୍ୟ -ଯେ ଅଖାତର ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ କରିଥିବା ମାନହାନି ମକଦ୍ଦମା ସୋମବାର ଅନ୍ଦେରୀ କୋର୍ଟରେ ଶୁଣାଣି ହୋଇଥିଲା | ଅକ୍ଟୋବର ୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଦାଲତ କହିଥିଲେ | କଙ୍ଗନାଙ୍କ ଦ୍ୱାରା ହୋଇଥିବା ଆବେଦନ ସ୍ଥାନାନ୍ତର ଶୁଣାଣି ନଭେମ୍ବର ୧୫ରେ ହେବ | କୋର୍ଟରେ ଅଖାତର ଉପସ୍ଥିତ ଥିଲେ ମଧ୍ୟ କିଛି କହିନଥିଲେ |
Discussion about this post