ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏକ ଜନସ୍ବାର୍ଥ ମାମଲା ଜରିଆରେ ‘ଆଦାନି ଏଣ୍ଟର୍ପ୍ରାଇଜେସ୍’ ମାମଲା ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ‘ହିଣ୍ଡେନ୍ବର୍ଗ ରିସର୍ଚ’ ବିରୋଧରେ ତଦନ୍ତ କରାଯାଉ ବୋଲି ଉକ୍ତ ଜନସ୍ବାର୍ଥ ମାମଲାରେ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ‘ହିଣ୍ଡେନ୍ବର୍ଗ ରିସର୍ଚ’ ରିପୋର୍ଟ କାରଣରୁ ‘ଆଦାନି ଗ୍ରୁପ୍’ର ସେୟାର୍ ବୁଡ଼ିବାରେ ଲାଗିଛି। ଏହି ‘ସର୍ଟ-ସେଲିଙ୍ଗ୍ ଫାର୍ମ’ ଏବଂ ତା’ର ସଂସ୍ଥାପକ ନାଥନ୍ ଆଣ୍ଡର୍ସନ୍ଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ଏହି ଜନସ୍ବାର୍ଥ ମାମଲା ଦାଏର କରାଯାଇଛି | ଏନେଇ ଆଡ୍ଭୋକେଟ୍ ଏମ୍. ଏଲ୍. ଶର୍ମା କହିଛନ୍ତି। ଆଣ୍ଡର୍ସନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ‘ଆଦାନି ଗ୍ରୁପ୍’ର କମ୍ପାନିଗୁଡ଼ିକରେ ନିବେଶ କରିଥିବା ଲୋକମାନଙ୍କୁ କ୍ଷତିପୂରଣ ମିଳୁ ବୋଲି ଶର୍ମା ଚାହିଁଛନ୍ତି। ‘ଆଦାନି ଏଣ୍ଟର୍ପ୍ରାଇଜେସ୍’ ମାମଲାରେ ସୁପ୍ରିମ୍ କୋର୍ଟରେ ଦାଏର କରାଯାଇଥିବା ଏହି ପିଟିସନ୍ରେ ଆଣ୍ଡର୍ସନ୍ଙ୍କୁ ‘ସର୍ଟ-ସେଲର୍’ କୁହାଯାଇଛି। ଆଦାନି ଗ୍ରୁପ୍ କମ୍ପାନିଗୁଡ଼ିକର ନିରୀହ ନିବେଶକଙ୍କୁ ଠକିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପିଟିସନ୍ରେ ଅନୁରୋଧ କରାଯାଇଥିବା ଜଣାପଡିଛି |






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..