Report Card Odisha

| Daily Odia News

ଓଡିଶା କୁ ମେଡିକାଲ କଲେଜ ପ୍ରସ୍ତାବ ଦେଲା ଆଦାନୀ ଗ୍ରୁପ୍‍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ସରକାରୀ ଘରୋଇ ସହଭାଗିତା ପିପିପି ମୋଡରେ ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆଦାନୀ ଗ୍ରୁପ୍‍ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ଭଦ୍ରକ ଓ ରାୟଗଡ଼ା ଜିଲ୍ଲାରେ ଏହାକୁ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କୁ ଆଦାନୀ ପୋର୍ଟ ଆଣ୍ଡ୍‍ ସ୍ପେଶାଲ ଇକୋନୋମିକ ଜୋନ୍‍ର ସିଇଓ ସୁବ୍ରତ ତ୍ରିପାଠୀ ଏକ ପତ୍ର ଲେଖିଛନ୍ତି। ଆଦାନୀ ଗ୍ରୁପ୍‍ ଦ୍ୱାରା ପିପିପି ମୋଡରେ ମେଡିକାଲ କଲେଜର ପ୍ରତିଷ୍ଠା ହେଲେ ରାଜ୍ୟର ଜନସାଧାରଣ ଉପକୃତ ହେବା ସହିତ ମେଡିକାଲ କଲେଜ ସିଟ୍‍ ସଂଖ୍ୟା ବୃଦ୍ଧି ପାଇବ। ଗ୍ରୁପ୍‍ ପକ୍ଷରୁ ଭଦ୍ରକ ଓ ରାୟଗଡ଼ାରେ ସର୍ଭେ କରାଯାଇଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଭଦ୍ରକରେ ମେଡିକାଲ କଲେଜର ପ୍ରତିଷ୍ଠା ପାଇଁ ଆଦାନୀ ଗ୍ରୁପ୍‍ ଆଗ୍ରହୀ ଥିବା କୁହାଯାଉଛି। ଏ ନେଇ ଗ୍ରୁପ୍‍ ପକ୍ଷରୁ ରାଜ୍ୟ ସରକାରଙ୍କ ସହାୟତା ଲୋଦଇଥିବା ଜଣାପଡିଛି |

Breaking News