ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଣ୍ଡନରୁ ଭାରତ ଫେରିଛନ୍ତି ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଦର ପୁନାଓ୍ଵାଲା । କ୍ରମାଗତ ଧମକ ମିଳିବା ପରେ ପୁନାଓ୍ଵାଲା ଭାରତ ଛାଡି ଲଣ୍ଡନ ଚାଲି ଯାଇଥିଲେ। ସେ ମଙ୍ଗଳବାର ନିଜର ଘରୋଇ ବିମାନରେ ପୁଣେରେ ଓହ୍ଲାଇଛନ୍ତି। ଏହା ପରେ ତାଙ୍କୁ ଓ୍ଵାଇ କାଟାଗୋରୀର ସୁରକ୍ଷା ଦେବାକୁ ଘୋଷଣା କରାଯାଇଥିଲା ।ପୁନାଓ୍ଵାଲା ନିକଟରେ ଟ୍ଵିଟ୍ କରି ଲେଖିଥିଲେ ଯେ, ବ୍ରିଟେନ୍ରେ ନିଜର ସମସ୍ତ ସହଯୋଗୀ ଏବଂ ଅଂଶଧାରୀଙ୍କ ସହ ସଫଳ ବୈଠକ ହୋଇଛି। ଏହା ଜଣାଇବାରେ ମୋତ ଖୁସି ଲାଗୁଛି ଯେ, ପୁଣେରେ କୋଭିସିଲ୍ଡର ଉତ୍ପାଦନ ପୂରା କ୍ଷମତା ସହ ଚାଲିଛି। କିଛି ଦିନରେ ଫେରିବା ପରେ କାମ କରିବାକୁ ମୁଁ ଉତ୍ସାହିତ ଅଛି। ପୁନାଓ୍ଵାଲା ଲଣ୍ଡନରେ ପହଞ୍ଚିବା ପରେ କହିଥିଲେ ଯେ, ମୁଁ ଏଠାରେ ନିର୍ଦ୍ଧାରିତ ସମୟଠୁ ଅଧିକ ରହିବାକୁ ଚାହୁଁଛି। କାରଣ ମୁଁ ସେହି ସ୍ଥିତିକୁ ଫେରିବାକୁ ଚାହୁଁନାହିଁ। ସବୁ କିଛି ମୋ କାନ୍ଧ ଉପରେ ରହିଛି, କିନ୍ତୁ ମୁଁ ଏକାକୀ ସବୁ କାମ କରି ପାରିବି ନାହିଁ। ମୁଁ ଏମିତି ସ୍ଥିତିରେ ରହିବାକୁ ଚାହୁଁନାହିଁ, ଯେଉଁଠି ଆପଣ କେବଳ ନିଜ କାମ ପୂରଣ କରିବା ବ୍ୟତୀତ ଆଉ କିଛି କରି ପାରିବେ ନାହିଁ। ଏମିତି ସ୍ଥିତିରେ ଆପଣ ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରି ପାରିବେ ନାହିଁ। ପୁନାଓ୍ଵାଲାଙ୍କୁ ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଓ୍ଵାଇ ଶ୍ରେଣୀର ସୁରକ୍ଷା ଦିଆଯାଇଥିଲା।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..