Report Card Odisha

| Daily Odia News

ନବ ଦାସ ହତ୍ୟାକାଣ୍ଡ:କ୍ରାଇମବ୍ରାଞ୍ଚ ଆବେଦନକୁ ଖାରଜ କଲେ କୋର୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରରେ କ୍ରାଇମବ୍ରାଞ୍ଚ କୁ ଝଟକା ଲାଗିଛି | ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତିର ପୁନଃଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଆବେଦନକୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ଖାରଜ କରି ଦେଇଛନ୍ତି। ଏହା ପୂର୍ବରୁ କ୍ରାଇମବ୍ରାଞ୍ଚର ଏହି ଆବେଦନକୁ ତଳ କୋର୍ଟ ଖାରଜ କରିଥିଲେ। ତଳ କୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିଲା। ଫେବ୍ରୁଆରୀ ୨୨ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରାଯାଇଥିଲା। ଗୋପାଳ ଦାସଙ୍କ ମାନସିକ ଅବସ୍ଥାର ପୁନଃ ଯାଞ୍ଚ କରିବାକୁ କ୍ରାଇମବ୍ରାଞ୍ଚ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ (ନିମ୍‌ହାନ୍ସ)କୁ ନେବାକୁ ଚାହୁଁଥିଲା। ନିମ୍‌ହାନ୍ସରେ ତାଙ୍କୁ ୩ ସପ୍ତାହ ରଖିବାକୁ ପଡ଼ିବ ବୋଲି ଆବେଦନରେ କୁହାଯାଇଥିଲା। ୨୭ ତାରିଖରେ କୋର୍ଟ ଏହି ଆବେଦନକୁ ଗ୍ରହଣ କରିଥିଲେ। ମାର୍ଚ୍ଚ ୧ରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଏହାର ଣୁଣାଣି ହୋଇଥିଲା। ଆଉ ଆଜି ରାୟ ପ୍ରକାଶ କରି କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରି ଦେଇଥିଲେ କୋର୍ଟ।

Breaking News