ରିପୋର୍ଟ କାର୍ଡ / ବାଲେଶ୍ଵର
ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜଳେଶ୍ୱର ମାର୍କେଟରେ ଡିଲ୍ ବେଳେ ଓଜନ ୨କିଲୋ ୪୦୨ ଗ୍ରାମ ର ବ୍ରାଉନସୁଗର ସହିତ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ୱର ଅଞ୍ଚଳର ମମତାଜ ଖାନ୍, ଜଗତସିଂହପୁରର ଉଦୟନାଥ ରଥ ଓ କଟକ ୪୨ ମୌଜାର ପ୍ରଦୀପ କୁମାର ଦାସ । ସୂଚନା ଅନୁସାରେ- ଖବର ପାଇ ଅଚାନକ ରେଡ୍ କରିଥିଲା ଏସଟିଏଫ୍ । ସେମାନଙ୍କ ପାଖରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିବା ସହ ଅଧିକ ଖୋଳତାଡ ଜାରି ରହିଛି । ଏମାନେ କେଉଁଠାରୁ ଆଣିଥିରେ ବ୍ରାଉନସୁଗର । ଏହି କାରବାରରେ ଆଉ କିଏ ସାମିଲ ଅଛନ୍ତି ସେନେଇ ଜେରା କରୁଛି ଏସଟିଏଫ୍ | ଦେଖିବାକୁ ଗଲେ ଗତବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏସଟିଏଫ୍ ୩୮ କିଲୋରୁ ଅଧିକ ବ୍ରାଉନସୁଗର, ୮୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଶହେରୁ ଅଧିକ ବେପାରୀଙ୍କୁ ଗିରଫ କରିଛି।






More Stories
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……
ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..
ରାଜଧାନୀରେ ଲଜ୍ଜ୍ୟା…..