Report Card Odisha

| Daily Odia News

୪ର୍ଥ କକ୍ଷପଥ ସମାପ୍ତ କଲା ‘ଆଦିତ୍ୟ-ଏଲ୍‌୧’……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ୍‌-୧ ମହାକାଶଯାନ ଚତୁର୍ଥ ‘ଆର୍ଥ ବାଉଣ୍ଡ୍‌ ମନିଭର୍‌’ ସଫଳତାର ସହ ସମାପ୍ତ କରିଛି। ଭାରତୀୟ ସ୍ପେସ ଏଜେନ୍ସି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛି। ସୂର୍ଯ୍ୟ ଅଧ୍ୟୟନ ପାଇଁ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ୍‌-୧ ହେଉଛି ଭାରତର ପ୍ରଥମ ମହାକାଶ ପର୍ଯ୍ୟବେକ୍ଷଣକାରୀ। ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ପାଞ୍ଚଟି ଲାଗ୍ରେଞ୍ଜ ପଏଣ୍ଟ ଅଛି। ଲାଗ୍ରେଞ୍ଜ ପଏଣ୍ଟ ହେଉଛି ସେହି ସ୍ଥାନ ଯେଉଁଠାରୁ ସୂର୍ଯ୍ୟଙ୍କୁ ଚନ୍ଦ୍ରଗ୍ରହଣ କିମ୍ବା ବାଧା ବିନା ଦେଖିହେବ। ଆଦିତ୍ୟ ଏଲ-୧ ମହାକାଶଯାନ ଲାଗ୍ରେଞ୍ଜ ପଏଣ୍ଟ ୧କୁ ପଠାଯାଉଛି। ପୃଥିବୀରୁ ଲାଗ୍ରେଞ୍ଜ ପଏଣ୍ଟ ୧ର ଦୂରତା ୧୫ ଲକ୍ଷ କିଲୋମିଟର ହୋଇଥିବାବେଳେ ସୂର୍ଯ୍ୟଙ୍କଠାରୁ ପୃଥିବୀର ଦୂରତା ୧୫ କୋଟି କିଲୋମିଟର ଅଟେ। ଇସ୍ରୋ ଏକ୍ସରେ କହିଛି ଯେ, ‘ଆର୍ଥ ବାଉଣ୍ଡ୍‌ ମନିଭର୍‌ (ଇବିଏନ୍‌ # ୪)’ ସଫଳ ହୋଇଛି। ଏହି ମହାକାଶଯାନ ଇସ୍ରୋର ମରିସସ, ବେଙ୍ଗାଲୁରୁ, ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟର ଏବଂ ପୋର୍ଟ ବ୍ଲେୟାରର ଗ୍ରାଉଣ୍ଡ ଷ୍ଟେସନ ମାଧ୍ୟମରେ ଟ୍ରାକ କରାଯାଇଥିଲା। ଏହାପୂର୍ବରୁ, ସେପ୍ଟେମ୍ବର ୩ରେ ଆଦିତ୍ୟ ଏଲ୍‌-୧ ପ୍ରଥମ ଥର ପାଇଁ କକ୍ଷପଥକୁ ସଫଳତାର ସହିତ ବଦଳାଇଥିଲା। ସେପ୍ଟେମ୍ବର ୫ରେ ଦ୍ୱିତୀୟ ଥର ଏବଂ ସେପ୍ଟେମ୍ବର ୧୦ରେ ତୃତୀୟଥର କକ୍ଷପଥ ପରିବର୍ତ୍ତନ କରିଥିଲା। ପୁଣି ୧୯ରେ କକ୍ଷ ପରିବର୍ତ୍ତନ କରିବ। ଇସ୍ରୋ ଅନୁଯାୟୀ, ଆଦିତ୍ୟ ଏଲ୍‌-୧ ପୃଥିବୀର କକ୍ଷପଥରେ ୧୬ ଦିନ ବିତାଇବ। ଏହାପରେ ତା’ର ଗନ୍ତବ୍ୟସ୍ଥଳ ଏଲ୧ ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିବ।

Breaking News