ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୨୦ ତାରିଖରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା | ଏହା ପୂର୍ବରୁ ପୁରୀ ପୋଲିସ ଡ୍ରୋନ ଉଡ଼ାଣ ଉପରେ କଟକଣା ଜାରିକରିଛି | ଭିଡିଓ ଓ ଫଟୋ ଉଠାଇବା ସମ୍ଭାବନା ଦୃଷ୍ଟିରୁ ପୋଲିସ ଡ୍ରୋନ ଉଡ଼ାଣ କୁ ମନାକରିଛି | ଜଗନ୍ନାଥ ମନ୍ଦିର ରେଡ ଜୋନରେ ରହିଛି । ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ପାଖରେ ମଧ୍ୟ ଡ୍ରୋନ ଉଡ଼ାଣ ପାଇଁ ମନା କରାଯାଇଛି। ନିର୍ଦେଶ ଅମାନ୍ୟ କଲେ ଡ୍ରୋନ ରୁଲ ଅନୁସାରେ ଦଣ୍ଡିତ ହେବେ ବୋଲି କୁହାଯାଇଛି। ଏ ନେଇ ଟ୍ବିଟ କରି ଡ୍ରୋନ ଉଡ଼ାଣ ଉପରେ ପୁରୀ ପୋଲିସ କଟକଣା ଜାରି କରିଛି। ପୂର୍ବରୁ ନିୟମ ଉଲ୍ଲଙ୍ଘନ କରି ୟୁଟ୍ୟୁବର ଗିରଫ ହୋଇଛନ୍ତି।
More Stories
ରାଜ୍ୟରେ ଗଡିବ ସବୁ ଘରୋଇ ବସ୍…..
ଏହି ଦିନ ଆସିବ ସୁଭଦ୍ରା ଟଙ୍କା…..
ସମାବେଶରେ ବର୍ଷିଲେ ରାହୁଲ…..