ରିପୋର୍ଟ କାର୍ଡ / ନୂଆପଡ଼ା
ଓଡ଼ିଶା ଭିଜିଲାନ୍ସ ଜାଲରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକର। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନୂଆପଡ଼ା ଜିଲ୍ଲା କୋମନା ଶାଖାର ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକରଙ୍କ ଘର ସମେତ ଚାରିଟି ଜାଗାରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢଉ ଜାରି ରହିଛି। ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏକକାଳୀନ ଚଢଉ ଚାଲିଛି। ଏଥିରେ ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।






More Stories
ସହମତିରେ ସମ୍ପର୍କ ବଳାତ୍କାର ନୁହେଁ…..
ଓଡ଼ିଶା ଆସିବେ ମୋଦି…..
ଆସନ୍ତାକାଲି ଠାରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ….