ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଷ୍ଟ୍ରେଲିଆର ହଣ୍ଟର୍ ୱାଇନ୍ ଅଞ୍ଚଳ ଅନ୍ତର୍ଗତ ସିଡ୍ନିର ଉତ୍ତର ପ୍ରାନ୍ତରେ ଗୋଟାଏ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୧ ଜଣ ଆହତ ହୋଇଥିବା ସୂଚନା ମିଳୁଛି | ଘଟଣାଟି ରବିବାର ମଧ୍ୟରାତ୍ର ପୂର୍ବରୁ ଘଟିଛି ବୋଲି କୁହାଯାଉଛି। ଗ୍ରେଟା ନାମରେ ଗୋଟାଏ ଛୋଟ ସହର ନିକଟରେ ଥିବା ‘ଜଙ୍କ୍ସନ୍’ରେ ଗୋଟାଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିବା ଖବର ପୋଲିସ କୁ ମିଳିଥିଲା। ସ୍ଥାନୀୟ ମେୟର୍ ଜେ ସୁବାଲ୍ଙ୍କ କହିବା ଅନୁସାରେ, ବସ୍ଟି ସମ୍ଭବତଃ ନିକଟରେ ଥିବା ଗୋଟାଏ ‘ୱାଇନ୍ ଇଷ୍ଟେଟ୍’ ଆୟୋଜିତ ବିବାହ ଭୋଜିରୁ ଫେରୁଥିଲା।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..