ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ କାବୁଲ ବିମାନବନ୍ଦର ନିକଟରେ ପୁଣି ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ୪ ଦିନ ଭିତରେ କାବୁଲରେ ଏହା ତୃତୀୟ ବିସ୍ଫୋରଣ। ମିଳିଥିବା ସୂଚନା ଅନୁସାରେ-ରବିବାର ଦିନ ଏକାଧିକ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କୁ ନେଇ କାବୁଲ୍ ବିମାନ ବନ୍ଦର ଅଭିମୁଖେ ଯାତ୍ରାରତ ଗୋଟାଏ ଗାଡ଼ି ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ଡ୍ରୋନ୍ ଆକ୍ରମଣ କରିଛି। ‘ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ୍’ର ମୁଖପାତ୍ର ବିଲ୍ ଅର୍ବାନ୍ କହିଛନ୍ତି, ଆଜି କାବୁଲ୍ରେ ବିପଦର ସମ୍ଭାବନା ଥିବା ଗୋଟାଏ ଗାଡ଼ି ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ବଳ ଆତ୍ମରକ୍ଷାମୂଳକ ମାନବରହିତ ବିମାନ ଆକ୍ରମଣ କରି ‘ହମିଦ୍ କର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦର’ ପ୍ରତି ଥିବା ଆସନ୍ନ ବିପତ୍ତିର ଅବସାନ ଘଟାଇଛି। ଆମେରିକୀୟ ସରକାରୀ ଅଧିକାରୀମାନେ ଘୋଷଣା କରିଛନ୍ତି ଯେ, ଭବିଷ୍ୟତରେ ଘଟିବାକୁ ଯାଉଥିବା ବିପତ୍ତି ପ୍ରତି ସଜାଗ ରହିବା ବ୍ୟତୀତ, ସେମାନେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିବା ଆଶଙ୍କା ଥିବା ବିଷୟରେ ସଚେତନ ନ ଥିଲେ। ଏହି ଡ୍ରୋନ୍ ଆକ୍ରମଣରେ କିଛି ପିଲାଙ୍କ ସମେତ କେତେଜଣ ଆଫଗାନବାସୀ ନିହତ ହୋଇଛନ୍ତି। ଗତକାଲି ତାଲିବାନ୍ ମଧ୍ୟ କହିଥିଲା କି, ରବିବାର ଦିନ ଗୋଟାଏ ଗାଡ଼ିରେ କାବୁଲ୍ ବିମାନ ବନ୍ଦର ଅଭିମୁଖେ ଯାଉଥିବା ଆତ୍ମଘାତୀ ବୋମାବିସ୍ଫୋରଣକାରୀକୁ ଟାର୍ଗେଟ୍ କରି ଆମେରିକା ଏୟାର୍ଷ୍ଟ୍ରାଇକ୍ କରିଛି।ଗତ ଗୁରୁବାର ଦିନ କାବୁଲ୍ ବିମାନ ବନ୍ଦର ଫାଟକ ନିକଟରେ ଦୁଇଟି ବୋମା ବିସ୍ଫୋରଣ ସଙ୍ଗଠିତ ହୋଇ ୧୮୦ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ପରଠାରୁ ଗତକାଲିକୁ ମିଶାଇ ଏହା ହେଉଛି ଆମେରିକାର ଦ୍ବିତୀୟ ଏୟାର୍ଷ୍ଟ୍ରାଇକ୍।‘ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ୍’ର ଅଧିକାରୀମାନେ ମଧ୍ୟ ଦେଇଥିବା ବିବୃତିରେ କହିଛନ୍ତି, ଉଲ୍ଲେଖନୀୟ ତଥା ନିମ୍ନଧରଣର ବିସ୍ଫୋରଣ ହେବାକୁ ଥିବା ଉକ୍ତ ଗାଡ଼ିରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡୁଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..