ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ମାଟିକୁ କୌଣସି ପ୍ରକାର ଆତଙ୍କବାଦ ପାଇଁ କୌଣସି ବି ଉପାୟରେ ବ୍ୟବହାର କରାଯିବା ଅନୁଚିତ | ଏ ସମ୍ପର୍କରେ ତାଲିବାନ କରିଥିବା ତାହାର ଘୋଷଣାରେ ଅପରିବର୍ତ୍ତିତ ରହିବା ଆବଶ୍ୟକ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବରେ କହିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଓ ଜର୍ମାନୀ ବୈଦେଶିକ ମନ୍ତ୍ରୀ ହିକୋ ମାସ୍ଙ୍କ ସହିତ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ମିଳିତ ଆବାହକତ୍ୱରେ ଆୟୋଜିତ ଏକ ବୈଠକରେ ଜୟଶଙ୍କର ଏହା କହିଛନ୍ତି । ଏଥିସହିତ ପାକିସ୍ତାନ ଉଦ୍ଦେଶ୍ୟରେ ସେ କଡା ଗଳାରେ କହିଥିଲେ ଯେ, ଆଫଗାନିସ୍ତାନରେ ବାହ୍ୟ ହସ୍ତକ୍ଷେପକୁ, ବିଶେଷକରି ଯେଉଁମାନେ ଏଭଳି ଜଟିଳ ସମୟରେ ହିଂସାକାଣ୍ଡ ଉସୁକାଇବାର ଅପଚେଷ୍ଟା କରୁଛନ୍ତି, ସେମାନଙ୍କୁ ବିଶ୍ୱ ସମୁଦାୟ ସହ୍ୟ କରିବା ଅନୁଚିତ। ଜୟଶଙ୍କର କହିଥିଲେ, କାବୁଲ ବାହାରକୁ ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବା ଏକ ଜରୁରୀ ଆବଶ୍ୟକତା ପାଲଟିଥିବା ସେ ମନେ କରୁଛନ୍ତି।
More Stories
୨୦୨୪ ଲୋକସଭା ନିର୍ବାଚନର ବିସ୍ତୃତ ତଥ୍ୟ ଜାରି କଲା ନିର୍ବାଚନ ଆୟୋଗ…..
ମନମୋହନଙ୍କ ବିୟୋଗରେ ପୂରା ଦେଶ ସ୍ତବ୍ଧ, ୭ଦିନିଆ ରାଷ୍ଟ୍ରୀୟ ଶୋକ…..
ଆତଙ୍କବାଦୀ ମାସୁଦ ଆଝାରକୁ ହୃଦଘାତ….