Report Card Odisha

| Daily Odia News

ପ୍ରିୟଙ୍କା ଲକ୍ଷ୍ନୌ ଗସ୍ତ ଖାଲି ଡ୍ରାମା,ୟୁପିରେ ବିଜେପି ନିର୍ବାଚନ ଜିତିବା ସୁନିଶ୍ଚିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ମାହୋଲ ସରଗରମ ରହିଛି | ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ କଂଗ୍ରେସ ମହାସଚିବ ଓ ରାଜ୍ୟ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ଲକ୍ଷ୍ନୌ ଗସ୍ତକୁ ସେ ଡ୍ରାମା ବୋଲି କହିଛନ୍ତି। ସୂଚନାଯୋଗ୍ୟ , ପ୍ରିୟଙ୍କା ଗାନ୍ଧୀ ସେପ୍ଟେମ୍ବର ୧୦ ରେ ଲକ୍ଷ୍ନୌ ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଅନେକ ବୈଠକ କରିବେ। ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବେ ମନ୍ଦିର ଯାଉଛନ୍ତି। ନେହରୁ ରାମ ମନ୍ଦିରକୁ କଣ କହିଥିଲେ ସମସ୍ତେ ଜାଣିଛନ୍ତି। ଇନ୍ଦିରା ଗାନ୍ଧୀ ସନ୍ଥମାନଙ୍କ ଉପରକୁ ଗୁଳି ଚଲାଇବାକୁ ଆଦେଶ ଦେଇଥିଲେ। ସୋନିଆ କହିଥିଲେ ରାମସେତୁ ନାହିଁ। ସେ ଭଗବାନ ଶ୍ରୀରାମ ଅସ୍ବୀକାର କରିଥିଲେ। ଜନତା ପରିପକ୍ଵ, ଜନତା ଜାଣିଛନ୍ତି କିଏ ନେତୃତ୍ୱ ନେଇପାରିବ। ସମସ୍ତେ ସପା, ବସପା, କଂଗ୍ରେସର ସ୍ଥିତି ଓ ଗୁଣ୍ଡାଗର୍ଦି ଦେଖିଛନ୍ତି। ବିଜେପି ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି ଯେ ଏହା ପରିବାରବାଦର ନୁହେଁ, କାର୍ଯ୍ୟକର୍ତ୍ତା ଆଧାରିତ ଦଳ। ଗରିବ ଲୋକଙ୍କ ଯାଏଁ କୌଣସି ଯୋଜନାର ଲାଭ କିଭଳି ପହଞ୍ଚି ପାରିବ ସେନେଇ ଏଠାରେ ଆଲୋଚନା ହୁଏ। ସେ କହିଛନ୍ତି ୧୭ ତାରିଖରେ ମୋଦିଙ୍କ ଜନ୍ମଦିନ ଓ ୧୯ ତାରିଖରେ ସରକାର ଗଠନର ସାଢେ ୪ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ନେଇ ବୈଠକରେ ଆଲୋଚନା ହେବ। ଅପରପକ୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ୱ ଦିଆଯିବାକୁ ନେଇ ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ନିର୍ବାଚନ ଲଢ଼ିବାର କ୍ଷମତା ଅଛି। ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଜିତିବ ବୋଲି ସେ କହିଛନ୍ତି।

Breaking News