ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମ ଆଫଗାନିସ୍ତାନର ହେରାତ୍ରେ ସଂଘଠିତ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଘଟିଥିଲା | ଭୂମିକମ୍ପ ରେ ମୃତ୍ୟୁସଂଖ୍ୟା ୨୦୦୦ ଟପିଥିବା ନେଇ ଜଣେ ତାଲିବାନ ମୁଖପାତ୍ର କହିଛନ୍ତି।ଆଫଗାନିସ୍ତାର ସୂଚନା ଓ ସଂସ୍କୃତି ମନ୍ତ୍ରାଳୟର ମୁଖପାତ୍ର ଅବ୍ଦୁଲ୍ ୱହିଦ୍ ରେୟାନ୍ କହିଛନ୍ତି, ମୂଳ ରିପୋର୍ଟରେ ଯାହା ଉଲ୍ଲେଖ ଅଛି ବାସ୍ତବ ମୃତ୍ୟୁସଂଖ୍ୟା ତା’ଠାରୁ ଢେର୍ ଅଧିକ। ପ୍ରାୟ ୧୨ଟି ଗାଁ ଧ୍ବଂସ ହୋଇଯାଇଛି ଓ ଅସଂଖ୍ୟ ସାଧାରଣ ଜନତା ଭଗ୍ନସ୍ତୂପରେ ପୋତି ହୋଇ ପଡ଼ିଛନ୍ତି। ଆମେ ଜରୁରୀ ସହାୟତା ଲୋଡୁଛୁ। ତାଲିବାନଦ୍ବାରା ନିଯୁକ୍ତ ଅର୍ଥନୈତିକ ବ୍ୟାପାରର ଉପପ୍ରଧାନମନ୍ତ୍ରୀ ଅବ୍ଦୁଲ୍ ଗନି ବାରାଦାର୍ ହେରାତ୍ ଓ ବାଦ୍ଗିସ୍ରେ ମୃତାହତ ଜନତାଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..