ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଜାରି କରିଥିବା ପ୍ରଥମ ପର୍ଯ୍ୟାୟ ଆର୍ଥିକ କଟକଣା ରୁଷ୍କୁ ପାଶ୍ଚାତ୍ୟ ଅର୍ଥନୀତିରୁ ସୁନିଶ୍ଚିତ ବିଚ୍ଛିନ୍ନ କରିବ। ଯଦି ରୁଷ୍ ୟୁକ୍ରେନ୍ ଆକମ୍ରଣ ଜାରି ରଖେ ତେବେ, ଆହୁରି ଅଧିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ବାଇଡେନ୍ ଚେତାବନୀ ଦେଇଛନ୍ତି। ବାଇଡେନ୍ କହିଛନ୍ତି, ରୁଷ୍ ନେଇ ଥିବା ଋଣ (ବଣ୍ଡ୍) ଉପରେ ଆମେ କଟକଣା ଜାରି କରିଛୁ। ଏହାର ଅର୍ଥ ହେଉଛି, ପାଶ୍ଚାତ୍ୟ ଅର୍ଥ ଯୋଗାଣରୁ ଆମେ ରୁଷ୍ ସରକାରଙ୍କୁ ବିଚ୍ଛିନ୍ନ କରିଛୁ। ଫଳରେ ରୁଷ୍ ଆଉ ପାଶ୍ଚାତ୍ୟ ରାଷ୍ଟ୍ରରୁ ଅର୍ଥ ଯୋଗାଡ଼ କରିପାରିବ ନାହିଁ କିଂବା ଆମ ବଜାର ବା ୟୁରୋପୀୟ ବଜାରରେ ନୂଆ ଋଣ ନେଇ ବ୍ୟବସାୟ କରିପାରିବ ନାହିଁ। ରୁଷ୍ ଦୁଇଟି ଅର୍ଥନୈତିକ ସଂସ୍ଥାନ ଉପରେ ଜାରି କରାଯାଇଥିବା ଏହି କଟକଣା ମଧ୍ୟ ରୁଷ୍ର ରାଷ୍ଟ୍ର ବିକାଶ ବ୍ୟାଙ୍କ୍ ‘ଭିଇବି’ ଏବଂ ଉଚ୍ଚ ଶ୍ରେଣୀର ସଦସ୍ୟଙ୍କୁ ପ୍ରଭାବିତ କରିବ। ବାଇଡେନ୍ କହିଛନ୍ତି, ଉଚ୍ଚ ଶ୍ରେଣୀର ସଦସ୍ୟମାନେ କ୍ରେମ୍ଲିନ୍ ନୀତିଦ୍ବାରା ଦୁର୍ନୀତି ଉପାୟରେ ଉପାର୍ଜିତ ଅର୍ଥର ଭାଗୀଦାରି। ସୋମନେ ମଧ୍ୟ ଦୁଃଖ ଭୋଗ କରିବେ। ଆସନ୍ତାକାଲି ଠାରୁ ସେମାନେ ଓ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଏହି କଟକଣା ଲାଗୁ ହେବ। ରୁଷୀୟ ନେତା ଭ୍ଲାଦିମୀର୍ ପୁଟିନ୍ଙ୍କୁ ଚାପଗ୍ରସ୍ତ କରିବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହାୟତାରେ ୟୁରୋପୀୟ ସଂଘ ନିଜସ୍ବ ଆଥିର୍କ କଟଣା ଜାରି କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ସରକାର ଉପରୋକ୍ତ କଟଣା ଜାରି କରିଛନ୍ତି। ୟୁରୋପ୍ର ଦୁଇ ରାଷ୍ଟ୍ର ଯଥା:- ଜର୍ମାନି ଓ ବ୍ରିଟେନ୍ ମଧ୍ୟ ଗତକାଲି ରୁଷ୍ ପ୍ରତି ଆର୍ଥିକ କଟକଣା ଜାରି କରିଥିଲେ।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..