ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ଆଉ ୬ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର | ସେଥିରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ ଓ ୨ ବିଇଓ ଅଛନ୍ତି। ସମ୍ବଲପୁର ଇଲେକ୍ଟ୍ରିକାଲ୍ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି। ସେହିପରି ବ୍ରହ୍ମପୁର ଗ୍ରାମ୍ୟ ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ, ଡେପୁଟୀ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ ଭୂୟାଁ, ପ୍ରଶାନ୍ତ ମିଶ୍ର, ଗୁଣପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଓ ନୂଆଗଡ଼ ବିଇଓ ବ୍ରଜ ନାୟକଙ୍କୁ ବିଦା କରାଯାଇଛି। ଆଜି ସୁଦ୍ଧା ରାଜ୍ୟ ସରକାର ୧୬୪ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉଲ୍ଲେଖ ଯୋଗ୍ୟ-ଗତ ୧୬ ତାରିଖରେ ରାଜ୍ୟ ସରକାର ୬ ଅଧିକାରୀଙ୍କୁ ଅବସର ଦେଇଥିଲେ ରାଜ୍ୟ ସରକାର |
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..