ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ମାଗିବା କେଜ୍ରିୱାଲ ଙ୍କୁ ମହଙ୍ଗା ପଡିଛି | ଅହମ୍ମଦାବାଦର ଏକ ମାଜିଷ୍ଟ୍ରେଟ ଅଦାଲତ ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସଂଜୟ ସିଂଙ୍କୁ ଅପରାଧୀକ ମାନହାନୀ ମାମଲାରେ ନୋଟିସ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ମାମଲା ଉପରେ ଉଭୟଙ୍କ ବୟାନକୁ ନେଇ କୋର୍ଟ ନୋଟିସ ପଠାଇଛନ୍ତି । ଉଭୟଙ୍କୁ ଚଳିତମାସ ୨୩ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଗୁଜରାଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ପିୟୁଷ ପଟେଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏହି ଅପରାଧୀକ ମାମଲାର ଯାଂଚ କରିବା ପରେ ଅତିରିକ୍ତ ମାଜିଷ୍ଟ୍ରେଟ ଜୟେଶଭାଇ ଲିମ୍ବାଭାଇ ପଟେଲଙ୍କ ଅଦାଲତ ଆମ୍ ଆଦମୀ ପାର୍ଟିର ଏହି ଦୁଇ ବରିଷ୍ଠ ନେତାଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କରିଛନ୍ତି । ଏଥିରେ କୁହାଯାଇଛି କି, ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ବରଂ ବ୍ୟକ୍ତିଗତ ବୟାନ ପାଇଁ ଅଭିଯୁକ୍ତ ଭାବେ ଗ୍ରହଣ କରାଯାଇଛି । ଏହି ମାମଲାରେ କୁହାଯାଇଛି କି, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବୟାନ ଜୟେଶଭାଇ ଲିମ୍ବାଭାଇ ପଟେଲଙ୍କ ମାନହାନୀ କରିଛି । ସେହିଭଳି ସଂଜୟ ସିଂଙ୍କ ନାମରେ ମଧ୍ୟ ସମାନ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ଅଭିଯୋଗରେ କୁହାଯାଇଛି କି, ଏଭଳି ବୟାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ କ୍ଷତି ପହଂଚାଇଛି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..