ରିପୋର୍ଟ କାର୍ଡ / ଭୁବନେଶ୍ଵର
୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ। ଭୁବନେଶ୍ଵର ଉପକଣ୍ଠ ସରକନ୍ତରାରେ ଏମ୍ସ କର୍ମଚାରୀ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ସଦାଶିବ ପ୍ରଧାନ (ଶିବା)କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଅଭିଯୁକ୍ତଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ଖଣ୍ଡଗିରି ପୋଲିସ। ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଅକ୍ଟୋବର ୧୩ ତାରିଖରେ ହତ୍ୟା କରାଯାଇଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ବାପା ପୁଅକୁ ହତ୍ୟା କରିଥିଲା। ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ଏବେ ବନ୍ଧା ହୋଇଛି ସଦାଶିବ ପ୍ରଧାନ ଓରଫ ଶିବା ।






More Stories
୧୮ରୁ ଖୋଲିବ ସ୍କୁଲ୍….
ହୀରାକୁଦରେ ହେବ ବିଶ୍ବସ୍ତରୀୟ ଖଣି ସଂଗ୍ରହାଳୟ…..
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..