ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୀମା ସମସ୍ୟା ପାଇଁ(ଇନ୍ସ୍ୟୁରାନ୍ସ୍ କଭରେଜ୍) ନ ପାଇବାରୁ ଏୟାର୍ ଇଣ୍ଡିଆ ସପ୍ତାହକୁ ୨ ଥର ଦିଲ୍ଲୀରୁ ମସ୍କୋ ଯାଉଥିବା ବିମାନ ଚଳାଚଳ ବାତିଲ କରିଛି। ରୁଷ୍ ୟୁକ୍ରେନ୍ ଆକ୍ରମଣ କରିଥିବାରୁ ମସ୍କୋକୁ ବିମାନ ଚଳାଚଳ ବିପଜ୍ଜନକ ବୋଲି ଉପଲବ୍ଧି କରି ବୀମା କମ୍ପାନି ‘କଭରେଜ୍’ ଦେଉ ନ ଥିବା କଥା ବୁଧବାର ଦିନ ବିଶେଷସୂତ୍ରରୁ ଜଣାପଡ଼ିଛି। ବୁଧବାର ଦିନ ରୁଷୀୟ ଦୂତାବାସ ମଧ୍ୟ ରିପୋର୍ଟ କରିଥିଲା କି, ସମ୍ପ୍ରତି ‘ଟାଟା ଗ୍ରୁପ୍’ ନିୟନ୍ତ୍ରଣରେ ଥିବା ଭାରତୀୟ ଏୟାର୍ଲାଇନ୍ ଦିଲ୍ଲୀ-ମସ୍କୋ-ଦିଲ୍ଲୀ ରୁଟ୍ରେ ଯାତ୍ରା ପାଇଁ ଟିକେଟ ବିକ୍ରି ବନ୍ଦ କରିଛି। ରୁଷ୍ର ରାଷ୍ଟ୍ରାୟତ ନିଉଜ୍ ଏଜେନ୍ସି ‘ଟାସ୍’ ରିପୋର୍ଟ କରିଛି ଯେ, ଟେଲିଗ୍ରାମ୍ ଚାନେଲ୍ରେ ବିବୃତି ଦେଇ ରୁଷୀୟ ରାଷ୍ଟ୍ରଦୂତ କହିଛି, ପ୍ରିୟ ଦେଶବାସୀ। ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛୁ କି, ଦିଲ୍ଲୀ-ମସ୍କୋ-ଦିଲ୍ଲୀ ପଥରେ ଏୟାର୍ ଇଣ୍ଡିଆ ଟିକେଟ୍ ବିକ୍ରି ବନ୍ଦ କରି ଦେଇଛି। ଭବିଷ୍ୟତରେ ରୁଷ୍କୁ କେବେ ଏହି ଏୟାର୍ଲାଇନ୍ ବିମାନ ଚଳାଇବା ସେକଥା ଏବେ ଜଣାପଡ଼ିନାହିଁ। ଏୟାର୍ ଇଣ୍ଡିଆ ଅଫିସ୍ କହିଛି, ବାତିଲ ହୋଇଥିବା ବିମାନରେ ଯାତ୍ରା ପାଇଁ ପୂର୍ବରୁ ଟିକେଟ୍ କାଟିଥିବା ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ପାଇବେ। କିନ୍ତୁ, ରୁଷୀୟ ରାଷ୍ଟ୍ରଦୂତ ଆହୁରି ମଧ୍ୟ କହିଛି ଯେ, ତାସକେଣ୍ଟ୍, ଇସ୍ତାନବୁଲ୍, ଦୁବାଇ, ଆବୁ ଧାବି, ଦୋହା ଏବଂ ଅନ୍ୟାନ୍ୟ ଗନ୍ତବ୍ୟସ୍ଥଳ ଦେଇ ଥିବା ‘ଟ୍ରାଞ୍ଜିଟ୍ ରୁଟ୍’ରେ ଦିଲ୍ଲୀରୁ ମସ୍କୋ ଯାତ୍ରା ଏବେ ମଧ୍ୟ ସମ୍ଭବପର।






More Stories
ଭାରତ ଆସିବେ ଟ୍ରମ୍ପ!…..
AIIMSରେ ଭର୍ତ୍ତିହେଲେ ପୂର୍ବତନ ଉପରାଷ୍ଟ୍ରପତି……
ISROର ମିଶନ ବିଫଳ:ଗତିପଥ ବଦଳାଇଦେଲା‘ଅନ୍ୱେଷା’……