ରିପୋର୍ଟ କାର୍ଡ / ଭୁବନେଶ୍ୱର
ସହିଦନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ପକ୍ଷ ଅବସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଓ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ | ଡାକ୍ତରଖାନା ପରିସର ଓ ଚତୁଃର୍ପାର୍ଶ୍ୱକୁ ଭଲଭାବେ ସଫା କରାଯାଇଥିଲା | ଜନସ୍ୱାସ୍ଥ୍ୟ ପରିଚାଳିକା ପୂର୍ଣ୍ଣିମା ସାହୁଙ୍କ ପରିଚାଳନାରେ ୧୫ ରୁ ଧିକ ମହିଳା ଆରୋଗ୍ୟ ସମିତିର ସଦସ୍ୟ, ସ୍ୱାସ୍ଥ୍ୟ କର୍ମୀ ଯୋଗଦେଇ ଡାକ୍ତରଖାନାର ଚାରିପାଖକୁ ସଫା କରିଥିଲେ | ଏହି କାର୍ଯ୍ୟ କ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ | ଏଥିରେ ଗୋଷ୍ଠୀ ସ୍ତରରେ, ବସ୍ତି ଅଂଚଳରେ,ସ୍କୁଲ,ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରଙ୍ଗୋଲି, ଡ୍ରଇଂ, ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରାଯିବ | ଏହି ସ୍ୱଛତା କାର୍ଯ୍ୟ କ୍ରମରେ ସୁଶାନ୍ତ ବିଶ୍ୱାଳ, ରଂଜିତା ଛୋଟରାୟ, ଭାଗ୍ୟଶ୍ରୀ ମିଶ୍ର, ସୁରେଶ ଘଡେଇ ପ୍ରମୁଖ ସହଯୋଗ କରିଥିଲେ |
More Stories
ପ୍ରଥମ ଓ ୨ୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’…..
ପୋଲିସ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ…..
ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଉପହାର…..