ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲରେ ଜୋରଦାର ଯୁଦ୍ଧ ଜାରିରହିଛି । ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ କରିଛନ୍ତି। ଇସ୍ରାଏଲ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି। ଏହି ଲଢ଼େଇରେ ବର୍ତ୍ତମାନ ସୁଦ୍ଧା ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଶତାଧିକ ଲୋକ ଆହତ ମଧ୍ୟ ହୋଇଛି। ଇସ୍ରାଏଲାର ରାଜଧାନୀ ତେଲଅଭିଭରୁ ଆସୁଥିବା ଓ ସେଠାକୁ ଯାଉଥିବା ସମସ୍ତ ପ୍ରକାରର ବିମାନ ସେବାକୁ ଭାରତ ସରକାର ବାତିଲ କରି ଦେଇଛନ୍ତି। ଇସ୍ରାଏଲ ଓ ଭାରତ ମଧ୍ୟରେ ଏୟାର ଇଣ୍ଡିଆର ଦୁଇଟି ବିମାନ ଯାତାୟାତ କରୁଥିଲା।ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, “ ଦିଲ୍ଲୀରୁ ତେଲଅଭିଭକୁ ଯାଉଥିବା ଏଆଇ ୧୩୯ ଓ ସେଠାରୁ ଏଠାକୁ ଆସୁଥିବା ଏଇଆଇ ୧୪୦କୁ ବାତିଲ କରି ଦିଆଯାଇଛି। ଆମେରିକା ଠାରୁ ଆରମ୍ଭ ଭାରତ ଭଳି ଦେଶ ହମଲା ଆରମ୍ଭ କରିଥିବା ହମାସକୁ ନିନ୍ଦା କରିଛନ୍ତି। ସେହିପରି ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି।





More Stories
ଯୁକ୍ତ ୨ ପରୀକ୍ଷା ପାଇଁ ତାରିଖ ଘୋଷଣା….
୧୨ ଆସନରୁ ୭ ରେ ବିଜେପି ବିଜୟୀ…..
ସଂସଦରେ ଡ୍ରାମା କରନାହିଁ…..