Report Card Odisha

| Daily Odia News

ଦିଲ୍ଲୀପ ପଟ୍ଟନାୟକ ହେଲେ ପୂର୍ବାଞ୍ଚଳ ଏୟାର କମାଣ୍ଡର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଓଡିଆ ବାୟୁସେନା ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ନିଯୁକ୍ତ ପାଇଛନ୍ତି। ଆସନ୍ତାକାଲି ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ଏ ନେଇ ବାୟୁ ସେନା ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ଓଡ଼ିଆ ବାୟୁସେନା ଅଧିକାରୀ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାକୁ ଯାଉଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ । ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ବୀରତ୍ୱ ପ୍ରଦର୍ଶନ କରିଥିବା ଏହି ଓଡ଼ିଆ ଅଧିକାରୀ ଜଣଙ୍କ ବାୟୁସେନା ମେଡାଲରେ ସମ୍ମାନିତ ହୋଇଛନ୍ତି । ୨୦୨୦ରେ ସେ ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୮୪ ମସିହା ଜୁନ୍ ୮ ତାରିଖରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ ଏହି ଫାଇଟର ପାଇଲଟ। ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ ମିରାଜ ଟୁ ଥାଉଜାଣ୍ଡ, ମିଗ୍-ଟ୍ବେଣ୍ଟି ଓ୍ୱାନ୍ ଭଳି ବିଭିନ୍ନ ପ୍ରକାର ଲଢୁଆ ବିମାନ ଉଡ଼ାଇରେ ମାହିର । ଆକାଶରେ ୨୫ ଶହ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ହାସଲ କରିଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ।

Breaking News