ରିପୋର୍ଟ କାର୍ଡ / ରାଉରକେଲା
ଜଣେ ମହିଳା ଇଞ୍ଜିନିୟର ବିନା ଟିକେଟ୍ରେ ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ RPF ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ ସମ୍ପୃକ୍ତ ମହିଳା ଇଞ୍ଜିନିୟରଙ୍କ ପାଖରେ ଟିକେଟ୍ ନ ଥିଲା | ତାଙ୍କୁ ଆର୍ପିଏଫ୍ କନଷ୍ଟେବଲ ମାଡ଼ ମାରିଥିବାନେଇ GRP ଥାନାରେ ଅଭିଯୋଗ କରିଛନ୍ତି । ଅନିତାଙ୍କ ପାଖରେ ଟଙ୍କା ନଥିବାରୁ ବିନା ଟିକେଟ୍ରେ ସେ ଗୀତାଞ୍ଜଳି ଏକ୍ସପ୍ରେସରେ ଗୁଣ୍ଡିଆରୁ ହାଓ୍ୱଡା ଯାତ୍ରା କରୁଥିଲେ । ତେବେ ଟିକେଟ୍କୁ ନେଇ ପାନପୋଷ ଷ୍ଟେସନ ନିକଟରେ ଆର୍ପିଏଫ୍ କନଷ୍ଟେବଲ ଅଜିତ କୁମାର ନାଏକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲ। ଏହାପରେ ଆର୍ପିଏଫ୍ କନଷ୍ଟେବଲ ଅନିତାଙ୍କୁ ମାଡ଼ ମାରି ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି । ଟିକେଟ୍ ଚେକ୍ କରିବା ଦାୟିତ୍ୱ ଟିଟିଇଙ୍କର। ହେଲେ ଆର୍ପିଏଫ୍ କନଷ୍ଟେବଲ କ’ଣ ପାଇଁ ତାଙ୍କୁ ମାଡ଼ ମାରିଲେ ବୋଲି ଅନିତା ପ୍ରଶ୍ନ କରିଛନ୍ତି। ଏନେଇ ସେ ରାଉରକେଲା GRP ଥାନାରେ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ରାଉରକେଲା ଜିଆର୍ପି ଥାନା ଅଧିକାରୀ କହିଛନ୍ତି।
More Stories
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….
ଅତିପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ……
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ……