ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ଇନ୍ଦିରାଗାନ୍ଧୀ ବିମାନବନ୍ଦରରେ ଏକ ଅଜବ ଘଟଣା ଘଟିଛି । ଜଣେ ପାଇଲଟ୍ ଜଣେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯାହା ଫଳରେ ଯାତ୍ରୀଙ୍କ ପାଟିରୁ ରକ୍ତ ବାହାରିଥିଲା । ଏକ ସାଧାରଣ କଥାରୁ ଯାତ୍ରୀ ଓ ପାଇଲଟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯାଞ୍ଚ ବେଳେ ଯାତ୍ରୀ ଧାଡି ପରିବର୍ତ୍ତନ କରିବା ସମୟରେ ପାଇଲଟ୍ ତାଙ୍କୁ ବାଧା ଦେଇଥିବା ଅଭିଯୋଗ ହୋଇଛି । ଏଠାରୁ ଯୁକ୍ତିତର୍କ ଆରମ୍ଭ ହୋଇ ମାରପିଟ ପର୍ଯ୍ୟନ୍ତ ବଢିଥିଲା । ଏହି ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆ ଏକ୍ସପ୍ରେସ କ୍ୟାପଟେନ୍ ସେଜୱାଲଙ୍କୁ ନିଲମ୍ବିତ କରିଛି ।ସୂଚନା ଅନୁସାରେ ଯାତ୍ରୀ ଅଙ୍କିତ ଦିୱାନ ଗତକାଲି ତାଙ୍କ ପରିବାର ସହିତ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ । ସେ ଟି-୧ରୁ ପ୍ରସ୍ଥାନ କରିବାର କାର୍ଯ୍ୟକ୍ରମ ଥିଲା । ଯାତ୍ରୀ କହିଛନ୍ତି ଯେ ବିମାନବନ୍ଦର ତାଙ୍କୁ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଲେନକୁ ଯିବାକୁ କହିଥିଲେ, କାରଣ ତାଙ୍କ ସହିତ ଏକ ଚାରି ମାସର ଶିଶୁ ଏକ ଷ୍ଟ୍ରୋଲରରେ ଥିଲା । ଇଣ୍ଡିଗୋ ବିମାନରେ ବେଙ୍ଗାଲୁରୁ ଯାତ୍ରା କରୁଥିବା କ୍ୟାପଟେନ ବୀରେନ୍ଦ୍ର ସେଜୱାଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ପାଇଲଟ୍ ବୀରେନ୍ଦ୍ର ଧାଡି ପରିବର୍ତ୍ତନ କରିବା ପାଇଁ ତାଙ୍କୁ ବାଧା ଦେଇଥିଲେ, ଯାହା ଫଳରେ ଯୁକ୍ତିତର୍କ ଏତେ ବଢିଥିଲା ଯେ ପାଇଲଟଙ୍କ ମାଡରେ ଯାତ୍ରୀ ଜଣଙ୍କ ଲହୁଲୁହାଣ ହୋଇଛନ୍ତି । ଛୋଟ ଶିଶୁଟି ନିଜର ପିତାଙ୍କୁ ଏଭଳି ଦେଖି କାନ୍ଦିବାରେ ଲାଗିଥିଲା ।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..