Report Card Odisha

| Daily Odia News

ଆକାଶରେ ଗର୍ଜିଲେ ୯ ଲଢୁଆ ହକ୍ ବିମାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜଧାନୀ ଭୁବନେଶ୍ବରରେ ବାୟୁସେନା ଦେଖାଇଛି ଦମଦାର ପ୍ରଦର୍ଶନ । କୂଆଖାଇ ବାଲିଯାତ୍ରା ପଡିଆରେ ହୋଇଥିଲା ଏହି ସୂର୍ଯ୍ୟକିରଣ ସୋ । ଏହାକୁ ଦେଖିବାପାଇଁ ଶହ ଶହ ସଂଖ୍ୟାରେ ଲୋକ ସମାଗମ ହୋଇଥିଲେ । ବାୟୁସେନାର ୯ ଲଢୁଆ ହକ୍ ବିମାନ ଆକାଶରେ ସୋ ପ୍ରଦର୍ଶନ କରିଥିଲେ । ଘଣ୍ଟାକୁ ୧୬୦୦ କିଲୋମିଟରେ ବେଗରେ ଉଡିଥିଲା ବିମାନ । ଲିଡ୍ ନେଇଥିଲେ ଗ୍ରୁପ୍ କ୍ୟାପଟେନ୍ ଜି.ଏସ ଝେଲନ । ଏକା ସଙ୍ଗେ ୯ଟି ଫାଇଟର୍ ଜେଟ୍ ଉଡ଼ିଲା ବେଳକୁ ଦେଖଣାହାରୀଙ୍କ ଲୋମ ଟାଙ୍କୁରି ଉଠୁଥିଲା ତଳେ। ହଠାତ୍ ବିମାନଗୁଡିକ ୫୦୦ ମିଟର ତଳକୁ ସିଧା ଖସିଆସିଲେ । ଏହା ପରେ ଗୋଟିଏ ପରେ ଗୋଟିଏ ବିମାନ ନିଜର ରଣକୌଶଳ ଦେଖାଇଥିଲା । ରାଜ୍ୟପାଳ ଗଣେଶ ଲାଲ ବାୟୁସେନାର ଏହି ଚିତ୍ତାକର୍ଷକ ଶୋ’ ଦେଖିବାକୁ କୁଆଖାଇ ବାଲିଯାତ୍ରା ପଡ଼ିଆରେ ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ସେ କିନ୍ତୁ ଆସି ନ ଥିଲେ | ସୁରକ୍ଷା ଦୃଷ୍ଟିକୋଣରୁ ୧୫ ପ୍ଲାଟୁନ ଫୋର୍ସ , ୧୦ ଜଣ ଏସିପି ଓ ୧୫ ଜଣ ଥାନା ଅଧିକାରୀଙ୍କ ସହ ୩୦ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନିୟୋଜିତ ହୋଇଥିଲେ |

Breaking News