Report Card Odisha

| Daily Odia News

କନଷ୍ଟେବଳ ପାଲଟିଗଲେ ରିଅଲ ହିରୋ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୁହାଯାଏ ଫଟୋ କଥା କୁହେ | ଫଟୋ ହଜାରେ ଶବ୍ଦଠୁ ବି ଅଧିକ ପ୍ରଭାବଶାଳୀ ହୋଇଥାଏ। ରାଜସ୍ଥାନର କରୌଲି ଅଞ୍ଚଳର ଏପରି ଏକ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ନଜର ଆସୁଥିବା ବ୍ୟକ୍ତିଜଣକ ହିରୋ ହୋଇ ନ ଥିଲେ ମଧ୍ୟ ଏବେ ରିଅଲ ହିରୋ । ନାଁ ତାଙ୍କର କନଷ୍ଟେବଳ ନେତ୍ରେଶ। ତାଙ୍କ ବାହାଦୂରୀ ଦେଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ସହ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସାରେ ପୋତି ପକାଇଛନ୍ତି। ଏଥିସହ ତାଙ୍କୁ ପଦୋନ୍ନତି ମଧ୍ୟ ମିଳିଛି। ରାଜସ୍ଥାନର କରୌଲି ଅଞ୍ଚଳରେ ଏକ ଗଣପର୍ବ ଅବସରରେ ଘଟିଥିଲା ହିଂସାକାଣ୍ଡ । ଏହା ମଧ୍ୟରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ବେଳେ ବହୁ ଦୋକାନରେ ନିଆଁ ଲଗାଇ ଦେଇଥିଲେ ଉତ୍ତେଜିତ ଲୋକେ। ଏହି ସମୟରେ ଏକ ଦୋକାନରେ ନିଆଁ ଲାଗି ଯାଇଥିବା ବେଳେ ତାହା ମଧ୍ୟରେ ଜଣେ ଶିଶୁ ସମେତ ୨ ମହିଳା ଫସି ଯାଇଥିଲେ। ସେମାନେ ନିଆଁ ଡେଇଁ ବାହରକୁ ଆସିପାରୁ ନ ଥିବା ବେଳେ ବଞ୍ଚାଇବା ପାଇଁ ଆକୁଳ ଚିତ୍କାର କରୁଥିଲେ। ହାଦେଖି ସେଠାରେ ମୁତୟନ ଥିବା ନେତ୍ରେଶ ନିଜକୁ ସମ୍ଭାଳି ପାରିଲେନି। ନିଜ ଜୀବନକୁ ପାଣି ଛଡ଼ାଇ ସେ ନିଆଁ ଭିତରକୁ ଡେଇଁ ପଡ଼ିଲେ। ଏହାପରେ ଜଣେ ମହିଳାଙ୍କ ଓଢଣୀ ସାହାଯ୍ୟରେ ଛୋଟ ଛୁଆକୁ ଘୋଡ଼ାଇ କାନ୍ଧରେ ପକାଇ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ଏଥିସହ ମହିଳାଦ୍ୱୟଙ୍କୁ ମଧ୍ୟ ସେ ସୁରକ୍ଷିତ ଭାବେ ନିଆଁ କବଳରୁ ମୁକୁଳାଇ ପାରିଥିଲେ। ଏହି ଫଟୋ ଏବେ ଖୁବ୍‌ ଜୋରରେ ଭାଇରାଲ ହେଉଥିବା ବେଳେ ଚାରିଆଡ଼ୁ ନେତ୍ରେଶଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ ।

Breaking News