ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୫ ରାଜ୍ୟର ବିଧାନ ସଭା ନିର୍ବାଚନ ଶେଷହୋଛି | ନିର୍ବାଚନରେ କଂଗ୍ରେସ ପରାଜୟ ସ୍ୱୀକାର କରିଛି | ଅନେକ ସମୟରେ କଂଗ୍ରେସର ଦଳୀୟ ଅନ୍ତଃକନ୍ଦଳ ଚର୍ଚ୍ଚାକୁ ଆସିଥାଏ | କଂଗ୍ରେସ ନେତାଙ୍କୁ ଏବେ ମତଭେଦ ଭୁଲିଯିବା ଦରକାର। କାରଣ ଏବେ ଦଳକୁ ମଜବୁତ କରିବାର ସମୟ ଆସିଛି। ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସଂସଦ ଗୃହରେ କଂଗ୍ରେସ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରି ଏଭଳି କହିଛନ୍ତି। ଖୁବ ଶୀଘ୍ର ସିଡବ୍ଲୁସି ବୈଠକ ଡକାଯିବ ବୋଲି କହିବା ସହ ଖୁବ୍ ଶୀଘ୍ର ଏକ ଚିନ୍ତନ ଶିବିର ଆୟୋଜନ ବିଷୟରେ ମଧ୍ୟ ସେ କହିଛନ୍ତି। ଏହି ବୈଠକରେ ସେ ଦଳର ଶକ୍ତି ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କଂଗ୍ରେସ ନେତାଙ୍କୁ ଏବେ ମତଭେଦ ଭୁଲିଯିବା ଦରକାର। ଏବେ ଦଳକୁ ମଜବୁତ କରିବାର ସମୟ ଆସିଛି, କାରଣ ଦେଶ ପାଇଁ କଂଗ୍ରେସ ଜରୁରୀ। ବିଜେପିର ବିଭାଜନ ନୀତି ଚାଲିଛି। ସେମାନେ କଂଗ୍ରେସକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଏବେ କଂଗ୍ରେସ ନେତା ଏକଜୁଟ ହୋଇ ଲଢ଼ିବାର ସମୟ ଆସିଛି। କଂଗ୍ରେସ ନେତାମାନଙ୍କୁ ମୁଦ୍ରାସ୍ଫୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବା ଦରକାର। ସିପିପି ବୈଠକରେ ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ ଦଳରେ ଏକତା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ମୁଁ ପ୍ରତ୍ୟେକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି। କେବଳ ଦଳ ପାଇଁ ନୁହେଁ, ଦେଶର ଗଣତନ୍ତ୍ର ଏବଂ ସମାଜ ପାଇଁ ମଧ୍ୟ କଂଗ୍ରେସ ଦଳର ପୁନର୍ଜୀବନ ଆବଶ୍ୟକ। ଏହା ସହ ଚିନ୍ତନ ଶିବିର ଆୟୋଜନ କରିବା ଅତ୍ୟନ୍ତ ଜରୁରୀ, ଯାହା ଦ୍ବାରା ଲୋକମାନେ ନିଜର ମତ ପ୍ରକାଶ କରିପାରିବେ ଏବଂ ପାର୍ଟି ଚଳାଇବା ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇପାରିବ।
More Stories
ଝଡ଼ବର୍ଷା ନେଲା ୩୦ ଜୀବନ…..
ଯଦି ତୁମେ ଆମ ପାଣି ବନ୍ଦ୍ କର,ଆମେ ନିଶ୍ୱାସ ବନ୍ଦ କରିଦେବୁ…..
ଇସ୍ତଫା ଦେବେ ମହମ୍ମଦ ୟୁନୁସ୍ !…..