ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଖୀମପୁର ଖେରି ହିଂସାକୁ ନେଇ ରାଜନୀତି ଜୋରଧରିଛି | ଆଗକୁ ଉତ୍ତରପ୍ରଦେଶରେ ସାଧାରଣ ନିର୍ବାଚନ | ଲଖୀମପୁର ହିଂସାକାଣ୍ଡ ବିରୋଧୀଙ୍କୁ ଭରପୁର ଖୋରାକ ଯୋଗାଇଛି | ଭାରତୀୟ ଜାତୀୟ କଂଗ୍ରେସ ଏହାର ଭରପୁର ଲାଭ ଉଠାଉଛନ୍ତି । ଗତ ଅକ୍ଟୋବର ୩ ତାରିଖରେ ହୋଇଥିବା ଲଖୀମପୁର ଖେରି ହିଂସା କାଣ୍ଡକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି । ଆଶିଷ ମିଶ୍ରାଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କ ବାପା ତଥା କେନ୍ଦ୍ରଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଗିରଫ କରାଯାଉ ବୋଲି ସେ ଅଡ଼ି ବସିଛନ୍ତି । ସେ ଟୁଇଟ୍ ଦ୍ୱାରା ପ୍ରଶ୍ନ କରିଛନ୍ତି ମନ୍ତ୍ରୀଙ୍କ ପୁଅ ଯଦି କୃଷକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ତେବେ ଅଜୟ ମିଶ୍ରାଙ୍କର ମନ୍ତ୍ରୀ ପଦରେ ରହିବାର କେଉଁ ଅଧୀକାର ଅଛି ? ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପ୍ରିୟଙ୍କା କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଛନ୍ତି । ପ୍ରିୟଙ୍କା ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ କରି କହିଛନ୍ତି ”ଆପଣଙ୍କ ମନ୍ତ୍ରୀ ମଣ୍ଡଳରେ ଥିବା ମନ୍ତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ବନ୍ଦ କରନ୍ତୁ”। ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଗୃହ ରାଜ୍ୟ ମନ୍ତ୍ରୀଙ୍କର ଇସ୍ତଫା ଦାବି କରି ଲକ୍ଷ୍ନୌରେ ମୌନ ବ୍ରତ କରିଥିଲେ । ପ୍ରୟଙ୍କାଙ୍କ ସହିତ ଲକ୍ଷ୍ନୌର ବିଭିନ୍ନ ରାଜନୈତୀକ ସଂଗଠନର ନେତା ଓ କାର୍ଯ୍ୟକର୍ତ୍ତାମାନେ ସେଠାରେ ଧାରଣା ଦେଇଥିଲେ । ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲା ଓ ଲକ୍ଷ୍ନୌକୁ ଛାଡ଼ିଦେଲେ ଦେଶର ବିଭିନ୍ନ ପ୍ରାନ୍ତରେ କଂଗ୍ରେସ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରି ରାଜ ଭବନ ସାମ୍ନାରେ ଧାରଣା ଦେଇଛି ।
More Stories
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….