Report Card Odisha

| Daily Odia News

ନାଗା ଚୈତନ୍ୟ-ସାମନ୍ଥା ଅଲଗା ହେବାର କାରଣ ପ୍ରୀତମ…..

ରିପୋର୍ଟ କାର୍ଡ / ମୁମ୍ବାଇ

ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବିବାହର ୪ ବର୍ଷ ପରେ ଅଲଗା ହୋଇଯାଇଛନ୍ତି | ଏନେଇ ଉଭୟ ଘୋଷଣା କରିବା ପରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଛାଡ଼ପତ୍ର ନେବା ପଛର କାରଣ କ’ଣ ତାହା ଜାଣିବାକୁ ଚାହୁଁଛନ୍ତି ପ୍ରଶଂସକ। ଅପରପକ୍ଷେ ଏବେ ସାମନ୍ଥା ଏବଂ ତାଙ୍କର ହେୟାର ଷ୍ଟାଇଲିଷ୍ଟ ପ୍ରୀତମ ଜୁକଲକରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ କୁହାଯାଉଛି। ଏହା ତାଙ୍କ ବିଚ୍ଛେଦର କାରଣ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଦୁହିଁଙ୍କ ଫଟୋ ମଧ୍ୟ କିଛି ଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ନାଗାଙ୍କ ଫ୍ୟାନ୍ସ ପ୍ରୀତମଙ୍କୁ ମୃତ୍ୟୁ ଧମକ ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ପ୍ରୀତମ କହିଛନ୍ତି ଯେ, ସାମନ୍ଥାଙ୍କୁ ମୁଁ ଜିଜି ବୋଲି ଡାକେ। ଆମ ଭିତରେ ଥିବା ସମ୍ପର୍କ ସ୍ବଚ୍ଛ । ଏହା ନିଜେ ନାଗା ଜାଣିଛନ୍ତି । ତାଙ୍କର ଗୋଟିଏ ପଦ କଥା , ଗୁଜବ ସୃଷ୍ଟିକାରୀଙ୍କ ମୁହଁ ବନ୍ଦ କରି ଦେବାକୁ ଯଥେଷ୍ଟ । ଅନ୍ୟପଟେ, ଏହି ଗୁଜବ ଉପରେ ନାଗା ଏବଂ ସାମନ୍ଥା ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

 

Breaking News