Report Card Odisha

| Daily Odia News

ଆଜି ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି କରିବେ ବମ୍ବେ ହାଇକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ଗତ ୨୦ ତାରିଖରେ ଆର୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ସ୍ପେଶାଲ୍ ଏନଡିପିଏସ୍ କୋର୍ଟ । ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆର୍ୟନଙ୍କ ଜାମିନ ଆବେଦନକୁ ଏନସିବି ବିରୋଧ କରିପାରେ । ମୁମ୍ବାଇ କ୍ରୁଜ୍ ଡ୍ରଗସ୍ କେସରେ ଗତ ୨ ତାରିଖରେ ଗିରଫ ହୋଇଥିଲେ ଆର୍ୟନ୍ ଖାନ୍ । ପାଖାପାଖି ମାସେ ହେଲାଣି ବେଲ୍ ପାଇଁ ବିଭିନ୍ନ ସମୟରେ ତାଙ୍କୁ ନିରାଶ ହେବାକୁ ପଡିଛି । ଆର୍ୟନ୍ ଏବେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ବିଚାରଧୀନ କଏଦୀ ଭାବରେ ଅଛନ୍ତି । ପୂର୍ବରୁ ଆର୍ୟନଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ଜେରା କରିଥିଲା ଏନସିବି । କ୍ରୁଜ୍ ଡ୍ରଗ୍ସ ଲିଙ୍କରେ ଆଉ କିଛି ଅଭିଯୁକ୍ତ ବି ଗିରଫ ହୋଇଛନ୍ତି । ଗତ ୨୧ ତାରିଖରେ ଜେଲରେ ଆର୍ୟନଙ୍କୁ ଭେଟିଥିଲେ ବାପା ଶାହାରୁଖ ଖାନ୍ । ପୂର୍ବରୁ ଭିଡିଓ କନଫରେନ୍ସିଂରେ ମାଆ ଗୌରୀ ଖାନ୍ ପୁଅ ସହ କଥା ହୋଇଥିଲେ ।

Breaking News