Report Card Odisha

| Daily Odia News

ଆଜି ବସିବ ସର୍ବଦଳୀୟ ବୈଠକ…..

New Delhi, July 09 (ANI): Prime Minister Narendra Modi chairs a High-level meeting and reviews the augmentation and availability of Oxygen across the country, in New Delhi on Friday. (ANI Photo)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ପରିସ୍ଥିତି ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ସରକାରଙ୍କ ଆଭିମୁଖ୍ୟ, ଲୋକ ତଥା ଦେଶର ସ୍ୱାର୍ଥ ରକ୍ଷା ପାଇଁ ଏପର୍ଯ୍ୟନ୍ତ କ’ଣ କରାଯାଇଛି । ସେନେଇ ବିସ୍ତୃତ ଭାବେ ଆଲୋଚନା ହେବେ । ବୈଦେଶିକ ମନ୍ତ୍ରୀ ଏ ସମ୍ପର୍କରେ ସମସ୍ତ ସୂଚନା ଦେବେ । ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପାକିସ୍ତାନ ଏବଂ ଚୀନ୍‌ ବଳଶାଳୀ ହେବାରେ ଲାଗିଛନ୍ତି । କିନ୍ତୁ ବର୍ତ୍ତମାନ ଏହାର ରଣନୀତି କ’ଣ ହେବ ତାହା ଭାରତ ସରକାରଙ୍କୁ କୌଣସି ପଦକ୍ଷେପ ନେବାକୁ ହେବ ସେନେଇ ବୈଠକରେ କିଛି ସ୍ଥିର ହୋଇପାରେ । ଆଜି ସର୍ବଦଳୀୟ ବୈଠକରେ ଏହା ମୁଖ୍ୟ ଏଜେଣ୍ଡା ହେବ । ପୂର୍ବରୁ କଂଗ୍ରେସ ଦାବି କରିଆସୁଛି ଯେ, ତାଲିବାନ ସଂପର୍କରେ କଣ ସବୁ ସୂଚନା ରହିଛି ସେ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରନ୍ତୁ । ଏହା ବ୍ୟତୀତ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ନିରାପଦ ସ୍ଥାନାନ୍ତର ଏବଂ ବୈଦେଶିକ ନୀତି ବିକଳ୍ପ ଉପରେ ସମସ୍ତଙ୍କୁ ବିଶ୍ୱାସ କରନ୍ତୁ । ଏସିଆରେ ପାକିସ୍ତାନ ଏବଂ ଚୀନ୍‌କୁ ମୁକାବିଲା କରିବା ପାଇଁ ଆଫଗାନିସ୍ତାନ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଅଂଶୀଦାର ରହିଆସିଛି । କିନ୍ତୁ ବର୍ତ୍ତମାନ ଉଭୟ ପରିସ୍ଥିତି ଏବଂ ବାସ୍ତବତା ବଦଳି ଯାଇଛି । ସେଥିପାଇଁ ସରକାର ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି ।

 

 

Breaking News