ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ସନ୍ଧ୍ୟା ୫ଟା ପରେ ପ୍ରକାଶ ପାଇବା ରେଜଲ୍ଟ | କିନ୍ତୁ ସନ୍ଧ୍ୟା ୫ଟା ପରେ ଯେକୌଣସି ସମୟରେ www.orisssaresults.nic.in ୱେବ୍ସାଇଟ୍ରେ ପରୀକ୍ଷାଫଳ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଏହି ୱେବସାଇଟରେ ରୋଲ ନମ୍ବର ଦେବା ପରେ ପରୀକ୍ଷା ଫଳ ଜାଣି ପାରିବେ । ଏନେଇ ପୂର୍ବରୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ତେଣୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଏ ବର୍ଷ ରାଜ୍ୟର ସାଢେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅନ୍ୟପଟେ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବିଳମ୍ବ ହେବା ନେଇ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାୟର କରାଯାଇଥିବା ପୂର୍ବରୁ ସରକାରଙ୍କ ପକ୍ଷରୁ ସୂଚନା ଦିଅଯାଇଥିଲା ।
Discussion about this post