Report Card Odisha

| Daily Odia News

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସକାଳେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ପାରାଦୀପ ଏବଂ ତାଳଚେର ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି। ଦିନ ସାଢ଼େ ୧୧ଟା ରେ ହେଲିକପ୍ଟର ଯୋଗେ ହିଙ୍ଗୁଳା ହେଲିପ୍ୟାଡରେ ଅବତରଣ କରିବେ। ଏହା ପରେ ତାଳଚେର କୋଲ୍ ଫିଲଡ୍ ସ ଅନ୍ତର୍ଗତ କୋଇଲା ଖଣି ପରିଦର୍ଶନ କରିବେ । ସମସ୍ତ କୋଇଲା ସାଇଡିଂକୁ ଯାଇ କୋଇଲା ପରିବହନ ସମ୍ପର୍କରେ ଅନୁଧ୍ୟାନ କରିବେ । ସାରା ଭାରତ ବର୍ଷରେ କୋଇଲା ସଙ୍କଟ ଦେଖାଦେଇଥିବା ଖବର ପ୍ରସାରିତ ହେବା ପରେ ଏହାର ବାସ୍ତବତା ଅନୁଧ୍ୟାନ କରିବେ ମନ୍ତ୍ରୀ ଯୋଶୀ । କୋଇଲା ଉତ୍ତୋଳନ, ପରିବହନ ଓ ଷ୍ଟକ୍ ସମ୍ପର୍କରେ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । । ପରେ ମନ୍ତ୍ରୀ ଜଗନ୍ନାଥ ହେଲିପ୍ୟାଡ୍ ଠାରୁ କଣିହାଁ କୋଇଲା ଖଣି ପରିଦର୍ଶନ କରିବେ । କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ସହ କୋଇଲା ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନଭେ ଆସୁଥିବା ଜଣାପଡ଼ିଛି । ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏମ୍.ସି.ଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ସିହ୍ନାଙ୍କ ସମେତ ନିର୍ଦ୍ଦେଶକମଣ୍ଡଳୀ ତାଳଚେରରେ ପହଞ୍ଚିଛନ୍ତି ।

Breaking News