ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ CBSE ଦ୍ୱାଦଶ ରେଜଲ୍ଟ । ଏନେଇ ANI ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ https://cbseresults.nic.inୱେବସାଇଟରେ ରେଜଲ୍ଟ ଦେଖିପାରିବେ । CBSEର ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରାଇଥିଲେ । କରୋନା ମହାମାରୀ ଯୋଗୁଁ CBSE ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଥିଲା, ଯାହାର ରେଜଲ୍ଟ ଆଜି ପ୍ରକାଶ ପାଇବ । ସୂଚନା ଅନୁସାରେ- CBSE ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲା । ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଥିଲା ସିବିଏସଇ । ୩୦:୩୦:୪୦ ଅନୁପାତରେ ମାର୍କ ଦିଆଯିବ ବୋଲି ଜଣାଇଥିଲା ସିିବିଏସଇ । ସିବିଏସଇ ମୁତାବକ, ଦଶମ, ଏକାଦଶ ଓ ଦ୍ୱାଦଶର ପ୍ରି ବୋର୍ଡର ଫଳାଫଳ ଦ୍ୱାଦଶ ଫାଇନାଲ ରେଜଲ୍ଟର ଆଧାର ହେବ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ କହିଥିଲେ ଯେ, ଜୁଲାଇ ୩୧ ତାରିଖରେ ସିବିଏସଇର ରେଜଲ୍ଟ ପ୍ରକାଶ ପାଇବ । ସିବିଏସଇ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବିକଳ୍ପ ମୂଲ୍ୟାୟନ ପଦ୍ଧତି ପ୍ରସଙ୍ଗରେ ଦାଖଲ ହୋଇଥିବା ରିପୋର୍ଟ ମୁତାବକ, ଦଶମରୁ ୩୦%, ଏକାଦଶ ପ୍ରଦର୍ଶନରୁ ୩୦% ନମ୍ବର ଦିଆଯିବ । ଦଶମ ଓ ଏକାଦଶର ୩ଟି ଲେଖାଏଁ ବିଷୟର ସର୍ବାଧିକ ନମ୍ବର ବିଚାର ହେବ । ଦ୍ୱାଦଶ ଶ୍ରେଣୀ ୟୁନିଟ୍, ଟର୍ମ ଓ ପ୍ରାକ୍ଟିକାଲରୁ ୪୦% ନମ୍ବର ଦିଆଯିବ ।
Discussion about this post