ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ ୬୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୫୪ ଏବଂ ସ୍ଥାନୀୟ ସଂକ୍ରମିତ ୨୫୫ ଜଣ ରହିଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୭ ଜଣ ରହିଥିବା ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୭୧୧୨ ରେ ପହଞ୍ଚିଛି । ଅନୁଗୁଳ ଜିଲ୍ଲାରେ ୧୮, ବାଲେଶ୍ୱର ୨୧, ବରଗଡ ୪, ଭଦ୍ରକ ୯, ବୌଦ୍ଧ ୯ ଓ କଟକ ଜିଲ୍ଲାରେ ୭୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୧୦, ଢେଙ୍କାନାଳ ୨୩, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁର ୨୦, ଯାଜପୁର ୩୬ ଓ ଝାରସୁଗୁଡା ଜିଲ୍ଲାରେ ୩ ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରେ ୫, କେନ୍ଦ୍ରାପଡା ୧୯, କେନ୍ଦୁଝର ୫, ଖୋର୍ଦ୍ଧାରେ ୨୦୯ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାରେ ୩, ମାଲକାନଗିରି ୧, ମୟୁରଭଞ୍ଜ ୨୬, ନୟାଗଡ ୧୧, ପୁରୀ ୨୦ ଏବଂ ରାୟଗଡାରେ ୫ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରେ ୧୬, ସୋନପୁର ୨, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୪୮ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୭୫୨୮ ସକ୍ରିୟ ସଂକ୍ରମିତ ରହିଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……