ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ବାହାରପଟୁ ଲେଜର ସ୍କାନିଂ ପାଇଁ ASIକୁ ଅନୁମତି ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୭ ଜଣିଆ ଟିମ୍ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିବାକୁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ତେବେ ସେତେବେଳେ ଚାବି ନମିଳିବାରୁ ଫେରିଆସିଥିଲେ। ରତ୍ନଭଣ୍ଡାର କାନ୍ଥରେ ଅନେକ ଫାଟ ରହିବା ସହ କାନ୍ଥ ଓଦାଳିଆ ରହୁଥିବା ଯାଂଚ ରିପୋର୍ଟରେ ଉଲ୍ଲେଖ ରହିଛି। ତେଣୁ ବାହାର ପଟ ସହ ଭିତରେ ମଧ୍ୟ ତୁରନ୍ତ ଲେଜର ସ୍କାନିଂ କରିବାକୁ ଦାବି ହୋଇଛି।
More Stories
ନିର୍ବାଚନ ପୂର୍ବରୁ ଝାରଖଣ୍ଡ ଡିଜିପିଙ୍କ ବଦଳି ନିର୍ଦ୍ଦେଶ….
୨୩ରୁ ପ୍ରବଳ ବର୍ଷୀବ…..
ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ…..