ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟର ସବୁ ଶୈବ ପୀଠ ଖାଁ ଖାଁ । ଭକ୍ତ ଆଉ ଭଗବାଙ୍କ ମଝିରେ ବାଧକ ସାଜିଛି କରୋନା |କୋଭିଡ କଟକଣା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି ସରକାର । ଯଦି କରୋନା କଟକଣା ନଥାନ୍ତା ତେବେ କାଉଁରିଆ ମାନଙ୍କ ଭିଡ଼ ଜମିଥାନ୍ତା । କିନ୍ତୁ ସମୟ ଆଉ ପରିସ୍ଥିତି ଭଗବାନଙ୍କଠାରୁ ଭକ୍ତଙ୍କୁ ଦୂରେଇ ଦେଇଛି । ପୀଠକୁ ନାଁ କାଉଁରିଆ ଆସୁଛନ୍ତି ନାଁ ଗହଳି ଲାଗୁଛି ନାଁ ପିଠ ଚଳଚଞ୍ଚଳ ହେଉଛି। କୋଭିଡି-୧୯ ର ଭୟାବହତା ବର୍ତମାନ ତୃତୀୟ ଲହର ଆଡ଼କୁ ଅଗ୍ରସର ହେଉଛି ତେଣୁ ରାଜ୍ୟ ସରକାର କାଉଁରିଆ ମାନଙ୍କ ଏହି ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି । ରାଜ୍ୟର ସମସ୍ତ ଶୈବ ପୀଠ ଭଳି ବାବା ଧବଳେଶ୍ୱର ପୀଠ ମଧ୍ୟ ଭକ୍ତ ଶୂନ୍ୟ।
More Stories
ସତର୍କ ରହିବେ….
ସରକାରୀ ସହାୟତା ମିଳିବ…..
ସୁସ୍ଥ ଓ ନିରାମୟ ରହିବେ…..