Report Card Odisha

| Daily Odia News

ଆଜି ତାଲିବାନି ବିରୋଧରେ ଏକାଠି ହେବେ ବିଶ୍ୱର ୭ ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ତାଲିବାନ ବିରୋଧରେ ଏକାଠି ହେବେ ବିଶ୍ୱର ୭ ଶକ୍ତିଶାଳୀ ରାଷ୍ଟ୍ର | ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ କରାଯିବ କି ନାହିଁ ସେନେଇ ଆଜି ନିଆଯିବ ବଡ ନିଷ୍ପତ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଜି-୭ର ଜରୁରୀ ବୈଠକ ଡାକିଛନ୍ତି। କୁହାଯାଉଛି ଯେ ଆମେରିକାର ରାଷ୍ଟ୍ରପତି ଜୋ-ବିଡେନ ଜି -7 ଦେଶର ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକରେ ସାମିଲ ହେବେ । ଏହି ବୈଠକରେ ତାଲିବାନ ବିଷୟରେ ଆଲୋଚନା ହେବାର ଆଶା କରାଯାଉଛି । ତାଲିବାନ ଦୁନିଆରେ ବିଚ୍ଛିନ୍ନ ହେବ ନା ଏହା ମାନ୍ୟତା ପାଇବ ସେନେଇ ଏକ ଆଲୋଚନା ହୋଇପାରେ । ଅଗଷ୍ଟ ୩୧ପରେ ମଧ୍ୟ ଆଫଗାନିସ୍ତାନରେ ରହିବାକୁ ଆମେରିକାର ନାଟୋ ଦେଶଗୁଡିକର ବାହିନୀ ବିଷୟରେ ଆଲୋଚନା ହୋଇପାରେ । ଏଥି ସହିତ ତାଲିବାନ ଚେତାବନୀ ଦେଇଛି ଯେ ଯଦି ନିର୍ଦ୍ଦିଷ୍ଟ ସମୟସୀମା ପରେ ମଧ୍ୟ ଆମେରିକା ଏବଂ ବ୍ରିଟେନ ଆଫଗାନିସ୍ତାନରେ ନିଜର ସୈନ୍ୟ ନ ହଟାନ୍ତି । ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ ।

 

Breaking News