ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମହାଜନୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ। ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ୧୧୭ ତମ ଜନ୍ମ ଜୟନ୍ତୀ | ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦର ଠାରେ ମହାତ୍ମା ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୋଟବେଳୁ ଫୁଟି ଉଠିଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ । ଆଇନ ପାଠ ସାରି ଦକ୍ଷିଣ ଆଫ୍ରିକାରେ ସେ ନିଜର ପେଶାଦାର ଜୀବନ ଆରମ୍ଭ କରିଥିଲେ । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷ୍ଣବ ମହାତ୍ମାଗାନ୍ଧୀଙ୍କୁ ଗଭୀର ଆଘାତ ଦେଇଥିଲା | ୧୯୧୫ ମସିହାରେ ଭାରତ ଫେରି ଆସି ଅହିଂସାର ପାଠ ପଢ଼ାଇଥିଲେ, ସ୍ୱାଧୀନତାର ରାସ୍ତା ଦେଖାଇଥିଲେ | ଦେଶର ସ୍ୱାଧିନତା ପାଇଁ ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ ଆନ୍ଦୋଳନ କରିଥିଲେ | ବାପୁ ସତ୍ୟ ଓ ଅହିଂସା ଆନ୍ଦୋଳନକୁ ଅସ୍ତ୍ରରେ ଦେଶକୁ ସ୍ୱାଧୀନତା ଆଣିଥିଲେ । ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଅହିଂସା ମାର୍ଗକୁ ଆପଣାଇଥିଲେ। ମହାତ୍ମା ଗାନ୍ଧୀ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ । ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ବରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥାଏ ।ତାଙ୍କର ନିଜ ଜନ୍ମ ଭୂମି ପ୍ରତି ନିଷ୍ଠା, କାର୍ଯ୍ୟ ଓ ଉଦାର ମନୋଭାବକୁ ଦେଖି ସମସ୍ତେ ତାଙ୍କୁ ବାପୁ ଡାକୁ ଥିଲେ । ଭାରତ ଯେତେବେଳେ ଇଂରେଜ ସରକାର ଅଧିନରେ ଥିଲା ସେତେବେଳେ ଆଗ ଧାଡ଼ିର ଯୋଦ୍ଧା ଭଳି ଇଂରେଜ ସରକାର ବିରୋଦ୍ଧରେ ଲଢି ଥିଲେ । ‘ସତ୍ୟ ହିଁ ସବୁଠାରୁ ସ୍ବଳ୍ପ ଓ ବିନା ସମ୍ବଳରେ ହାସଲ କରାଯାଇପାରେ। ସତ୍ୟ ହିଁ ଈଶ୍ବର ଓ ଶ୍ରମ ହେଉଛି ତାଙ୍କର ଉପାସନା। ସତ୍ୟ ନିକଟରେ ପହଞ୍ଚିବା ଅର୍ଥ ଈଶ୍ବରଙ୍କ ନିକଟରେ ପହଞ୍ଚିବା । ସତ୍ୟର ନିକଟତର ହେବାର ମାର୍ଗ ହେଉଛି ଅହିଂସା। ମନ, ବଚନ କର୍ମରେ ଯେ ଯେତେ ଅହିଂସ, ସେ ସତ୍ୟର ସେତେ ବଡ଼ ଉପାସକ। ସତ୍ୟ ହେଉଛି ବଜ୍ରଠାରୁ କଠିନ ଓ ପଦ୍ମଫୁଲର ପାଖୁଡ଼ା ପରି କୋମଳ। ସତ୍ୟ ସାଧନା ଲାଗି ଧନର ଲୋଡ଼ା ନାହିଁ, ଲୋଡ଼ା ଅଛି କେବଳ ସଂକଳ୍ପବଦ୍ଧ ମନର।’ ଏ ଉକ୍ତି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର। ତାଙ୍କର ସେହି ବିଚାରକୁ ନେଇ ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ । ଆଜି ସମଗ୍ର ଦେଶ ପାଳନକରୁଛି ରାଷ୍ଟ୍ରନାୟକ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ୧୧୭ ତମ ଜନ୍ମ ଜୟନ୍ତୀ | ୧୯୦୪ ମସିହାରେ ଅକ୍ଟୋବର ୨ ତାରିଖରେ ଉତ୍ତରପ୍ରଦେଶ ମୁଘଲସରାଇରେ ଲାଲ ବାହାଦୂର ଶାସ୍ତ୍ରୀ ଜନ୍ମ ଗ୍ରହଣ କରିଥିଲେ | ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ । ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ ଶାସ୍ତ୍ରୀଜୀ । ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ଦେଶ ସ୍ୱାଧୀନତା ଆଣିବାରେ ଥିଲା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା । ‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ ପାଇଁ, ସେ ଆଜି ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛିନ୍ତ ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….