ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି | ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । କେନ୍ଦ୍ର ସରକାର ଲଗାଣ ବର୍ଷା ପାଇଁ ପଂଜାବରେ ଧାନ କ୍ରୟ ଅକ୍ଟୋବର ୧ରୁ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିବାରୁ ଚନ୍ନି ଏହି ନିର୍ଦ୍ଦେଶ ପ୍ରତ୍ୟାହାର ନିମନ୍ତେ ମୋଦୀଙ୍କୁ ଅନୁରୋଧ କରିଛନ୍ତି। ସେହିପରି ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର ପାଇଁ ଚନ୍ନି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମୋଦୀଙ୍କୁ ଭେଟିବାପରେ ଚନ୍ନି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଆନ୍ଦୋଳନରତ କୃଷକଙ୍କ ସହ ସରକାର କଥାବାର୍ତ୍ତା ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏଥିସହ କରତାରପୁର କରିଡର ପୁନଃ ଖୋଲିବା ବାବଦରେ ନିଷ୍ପତ୍ତି ନେବାକୁ ସେ ମୋଦୀଙ୍କୁ ଅନୁରୋଧ କରିଥିବା କହିଛନ୍ତି।






More Stories
ପଦ୍ମ ପୁରସ୍କାର:୬୬ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ…..
ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ…..
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..