ରିପୋର୍ଟ କାର୍ଡ / ଭୁବନେଶ୍ଵର
ଦୀର୍ଘଦିନ ପରେ ଆଜି ଠାରୁ ଖୋଲିଛି ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ। ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ କଟକଣା ମଧ୍ୟରେ ଖୋଲିଛି। ଆଇଟିଆଇ, ପଲିଟେକନିକ୍ ଭଳି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନର କେବଳ ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଖୋଲିବ । ଶିକ୍ଷାଦାନ ପୂର୍ବରୁ କ୍ଲାସ୍ ରୁମ୍ , ଲାବୋରେଟାରି, ହଷ୍ଟେଲଗୁଡ଼ିକୁ ଭଲ ଭାବେ ବିଶୋଧନ କରିସାରିଛନ୍ତି । କଣ୍ଟେନ୍ ମେଣ୍ଟ ଜୋନ୍ ରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ। ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ ନିୟମିତ ଭାବେ ହ୍ୟାଣ୍ଡୱାସ୍ ଓ ହାତ ସାନିଟାଇଜ୍ କରିବେ। କ୍ଲାସରୁମ୍ , ଲାଇବ୍ରେରି, ଲାବରେଟୋରିରେ ୬ ଫୁଟ୍ ର ସାମାଜିକ ଦୂରତା ରକ୍ଷା ଉପରେ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ। କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି । ସେହିପରି ଅସୁସ୍ଥତା ଅନୁଭବ କଲେ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ସମସ୍ତ ହଷ୍ଟେଲରେ ସଂଗରୋଧ ରୁମ୍ ରଖିବାକୁ ବାଧ୍ୟତାମୂଳକ ହୋଇଛି। ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଯେଉଁମାନେ କୋଭିଡ୍ ଗାଇଡଲାଇନ୍ ପାଳନ କରିବେ ନାହିଁ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
More Stories
ଭିଜିଲାନ୍ସ ଜାଲରେ ଏଏସଆଇ……
ମାସକୁ ଅଢେଇ ଲକ୍ଷ ପାଇବେ ବିଧାୟକ!…..
ଭତ୍ତା ବଢାଇଲେ ମୋହନ ସରକାର…..