ରିପୋର୍ଟ କାର୍ଡ / ପୁରୀ
ଆଜିଠାରୁ ୧୫ ଦିନ ଅଣସର ପିଣ୍ତିରେ ଜ୍ବରରେ ଆକ୍ରାନ୍ତ ହୋଇ ମହାପ୍ରଭୁଙ୍କୁ ବିଭିନ୍ନ ଉପଚାର ଲାଗି ହେବେ। ଗୁରୁବାର ଶ୍ରୀମନ୍ଦିରରେ ସ୍ନାନବେଦୀରେ ମହାପ୍ରଭୁ ଗଜାନନ ବେଶ ହୋଇଛନ୍ତି। ରୀତିନୀତି ଅନୁଯାୟୀ ଏହା ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ତିକୁ ବିଜେ କରିଛନ୍ତି। ତେଣୁ ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରିପାରନ୍ତି ନାହିଁ। ବିଶ୍ବାସ ରହିଛି ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଦର୍ଶନରେ ବ୍ରହ୍ମଗିରିସ୍ଥ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଭକ୍ତଙ୍କୁ ସମଫଳ ମିଳିଥାଏ। ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେଉଛି। କିନ୍ତୁ କରୋନା କଟକଣା ପାଇଁ ଅଲାରନାଥଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ ନାହିଁ। ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ଓ ବାହାରେ ୧୪୪ ଧାରା ଜାରି କରାଯାଇଛି।
More Stories
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……
ବାର୍ଡ ଫ୍ଲୁ ! ମଲେଣି ୨୦ ହଜାର କୁକୁଡ଼ା…..