ରିପୋର୍ଟ କାର୍ଡ / ପୁରୀ
ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ଆଜି ଆଉ ଆସନ୍ତାକାଲି ସେବାୟତଙ୍କ ପରିବାର ଦର୍ଶନ ମହାପ୍ରଭୁଙ୍କ ଦର୍ଶନ କରିବେ। ଆଜି ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି । ସେବାୟତଙ୍କ ପରିବାର ସଦସ୍ୟ ଯେକୌଣସି ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିପାରୁଛନ୍ତି । ଏଥିପାଇଁ ନିଜ ଆଧାର କାର୍ଡ, ଭୋଟର କାର୍ଡ କିମ୍ବା ମନ୍ଦିର ପ୍ରଶାସନ ଯୋଗାଇ ଦେଇଥିବା ହେଲଥ କାର୍ଡ ଦେଖାଇ ସେମାନେ ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରୁଛନ୍ତି । ତେବେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବେ । ଏହାପରେ ଆସନ୍ତା ୧୬ ତାରିଖରୁ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ସେମାନେ ୨୦ ତାରିଖ ଯାଏ ଓ୍ୱାର୍ଡ ଓ୍ୱାରୀ ପରିଚୟପତ୍ର ଦେଖାଇ ମନ୍ଦିର ଭିତରକୁ ଯାଇପାରିବେ । ସିଂହଦ୍ୱାର ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ । ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ ।
More Stories
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ଓଟିଇଟି ରେଜଲ୍ଟ ପ୍ରକାଶ….
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..