ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପି ଘୋଡ଼ା ବେପାର କରୁଛି କହିଥିଲି । ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି । ସେମାନଙ୍କର ବାପାମାନେ ଜେଲ୍ରେ ରହିଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ନବୀନ । ତେବେ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ପରେ ପାଲଟା ଜବାବ ଦେଇଛନ୍ତି ପ୍ରଭାତ ତ୍ରିପାଠୀ । ନବୀନଙ୍କ ଅଭିଯୋଗକୁ ଖଣ୍ଡନ କରି ନିଜ ବିଧାୟକଙ୍କୁ ଏକାଠି ରଖିବାରେ ନବୀନ ବିଫଳ ବୋଲି ସେ କହିଛନ୍ତି । ନିଜ ଉପରୁ ଦୋଷ ଛଡ଼ାଇବା ପାଇଁ ଏପରି କହୁଛନ୍ତି । ମୋତେ ବିଜେଡି ଅତୀତରେ ଅନେକ ହଇରାଣ କରିଛି । ମୋ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ କିଛି ହେବନି ବୋଲି କହିଛନ୍ତି ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ……
ରାଇରଙ୍ଗପୁରରେ ରାଷ୍ଟ୍ରପତି,ଆଜି ଆସିବେ ପ୍ରଧାନମନ୍ତ୍ରୀ…..
ପିଲାଙ୍କ ବହିରେ ଭୁଲ୍ ;ତନାଘନା ଆରମ୍ଭ……