ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୦୨୨ରେ ହେବାକୁ ଯାଉଛି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ । ସମଗ୍ର ରାଜ୍ୟରେ ରାଜନୀତି ଅଙ୍କ କସଯଇଥିବା ବେଳେ ରାଜନୀତି ସରଗରମ ରହିଛି । କ୍ଷମତାରେ ଥିବା ବିଜେପି ପୁଣିଥରେ ସ୍ଥିତି ବଜାଇ ରଖିବାକୁ ପ୍ରୟାସ କରିଥିବା ବେଳେ ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ କ୍ଷମତାକୁ ଆସିବାକୁ ଜୋରଦାର କସରତ ଚଳାଇଛନ୍ତି । ଏହାରି ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୨୦୨୨ରେ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ତାଙ୍କ ଦଳ ରାଜ୍ୟରେ ଶାସନ କ୍ଷମତାକୁ ଆସିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ସୋମବାର ଅଖିଳେଶ କହିଛନ୍ତି ଯେ ସେ ନିର୍ବାଚନ ଲଢିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ନିର୍ବାଚନ ପାଇଁ ତାଙ୍କ ଦଳ ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମଧ୍ୟରେ ମେଣ୍ଟ ଗଠନ ପାଇଁ ବୁଝାମଣା ଚୂଡାନ୍ତ ହୋଇଛି । ଏହାପରେ ଆସନ ବୁଝାମଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ବର୍ଷ ଫେବ୍ରୁଆରୀ ଅଥବା ମାର୍ଚ୍ଚ ମାସରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ରାଜ୍ୟର ସମସ୍ତ ବର୍ଗର ଜନସାଧାରଣ ଆଗାମୀ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବାକୁ ମନସ୍ଥ କରିଛନ୍ତି । ହରଦୋଇଠାରେ ଏକ ସମାବେଶରେ ଉଦବୋଧନ ଦେଇ ସେ କହିଛନ୍ତି, ସମାଜବାଦୀ ପାର୍ଟିକ ରାଜ୍ୟରେ ଶାସନ କ୍ଷମତାକୁ ଫେରିଲେ ରାଜ୍ୟ ପୁଣି ଅଭିବୃଦ୍ଧି ପଥକୁ ଫେରିବ । ସେ ଆକ୍ଷେପ କରି କହିଥିଲେ ଯେ ସମାଜବାଦୀ ପାର୍ଟି ସରକାର ସମୟରେ ଯାହା ସବୁ କରାଯାଇଥିଲା, ବିଜେପି ସେଗୁଡିକ କେବଳ ଉଦଘାଟନ କରିବାରେ ଲାଗିଛି ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..