Report Card Odisha

| Daily Odia News

ବିସ୍ଫୋରଣ ଧମକ ଦେଲା ଆଲକାଏଦା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆତଙ୍କବାଦୀ ସଂଗଠନ ଆଲକାଏଦା ଭାରତରେ ଆତ୍ମଘାତୀ ବିସ୍ଫୋରଣର ଧମକ ଦେଇଛି। ଜୁନ ୬ ମଙ୍ଗଳବାର ଅଲକାଏଦା ଜାରି କରିଥିବା ନିଜର ଏକ ଚିଠିରେ ଧମକ ଦେଇ କହିଛି, ଗୁଜରାଟ, ୟୁପି, ମୁମ୍ୱାଇ ଏବଂ ଦିଲ୍ଲୀରେ ଆତ୍ମଘାତୀ ବିସ୍ଫୋରଣ କରିବା ନେଇ ଧମକ ଦେଇଛି । ଏକ ଟିଭି ବିତର୍କ ସମୟରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ୱାରା ପ୍ରଫେଟ ମହମ୍ମଦଙ୍କୁ ନେଇ କଥିତ ରୂପେ କରାଯାଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ଅଲକାଏଦା ଏହି ଧମକ ଦେଇଛି। ଅଲକାଏଦା କହିଛି ସେ, ପ୍ରଫେଟ ମହମ୍ମଦଙ୍କ ସମ୍ମାନ ଲାଗି ଲଢିବା ପାଇଁ ଦିଲ୍ଲୀ, ମୁମ୍ୱାଇ, ଉତ୍ତର ପ୍ରଦେଶ ଏବଂ ଗୁଜରାଟରେ ଆତ୍ମଘାତୀ ଆକ୍ରମଣ କରିବ। ଅଲକାଏଦା ଚିଠିରେ କହିଛି, ‘ଆମେ ସେମାନଙ୍କ ହତ୍ୟା କରିବୁ, ଯେଉଁମାନେ ପ୍ରଫେଟ ମହମ୍ମଦଙ୍କୁ ଅପମାନ କରୁଛନ୍ତି । ଆମେ ଆମ ଶରୀର ଏବଂ ଆମ ପିଲାଙ୍କ ଶରୀରରେ ବିସ୍ଫୋରକ ବାନ୍ଧିବୁ ଏବଂ ସେହି ଲୋକଙ୍କୁ ବିସ୍ଫୋରଣରେ ଉଡାଇଦେବୁ, ଯେଉଁମାନେ ଆମ ପୈଗମ୍ୱରଙ୍କୁ ଅପମାନିତ କରୁଛନ୍ତି…ଗେରୁଆ ଆତଙ୍କବାଦୀଙ୍କୁ ଦିଲ୍ଲୀ, ମୁମ୍ୱାଇ, ୟୁପି ଏବଂ ଗୁଜରାଟରେ ନିଜର ମୃତ୍ୟୁର ଅପେକ୍ଷା କରିବା ଦରକାର’। ନିଜ ଚିଠିରେ ଆତଙ୍କୀ ସଂଗଠନ କହିଛି, କିଛି ଦିନ ପୂର୍ବେ ହିନ୍ଦୁତ୍ୱର ପ୍ରଚାରକ ଏକ ଟିଭି ବିତର୍କ ସମୟରେ ଇସଲାମ ଧର୍ମ ଏବଂ ପ୍ରଫେଟ ମହମ୍ମଦଙ୍କ ଅପମାନ କରିଥିଲେ। ତାଙ୍କର ବୟାନ ସାରା ଦୁନିଆର ମୁସଲମାନଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ତାଙ୍କୁ କ୍ଷମା କରାଯିବ ନାହିଁ । ଏହି ମାମଲା ନିନ୍ଦା କିମ୍ୱା ଦୁଃଖର କୌଣସି ଶବ୍ଦ ସହ ଶେଷ ହେବ ନାହିଁ । ଅଲକାଏଦା କହିଛି ଆମେ ପ୍ରଫେଟ ମହମ୍ମଦଙ୍କ ପ୍ରତିଶୋଧ ନେବୁ ।

 

Breaking News