ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ୟାଙ୍ଗଷ୍ଟାର ହାଇଦର ଲିଙ୍କ୍ରେ ୧୮ବର୍ଷୀୟ ଆଲବମ୍ ହିରୋଇନ। ଗ୍ୟାଙ୍ଗଷ୍ଟର୍ କ୍ରାଇମ ସିଣ୍ଡିକେଟ୍ରେ ଯୁବତୀ | ଆଲବମ୍ ହିରୋଇନ ଜଣକ ହେଉଛନ୍ତି ବାଲେଶ୍ୱର ଭୋଗରାଇ ଅଞ୍ଚଳର ଅର୍ଚ୍ଚନା ପରିଡ଼ା । ଯାହାଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। କାରଣ ଚିକିତ୍ସାର ଆଳ କରି ଏସ୍ସିବିରେ ଥିବାବେଳେ ହାଇଦରକୁ ଅର୍ଚ୍ଚନା ଆସି ଦେଖାକରିଛନ୍ତି। ଏକାଧିକବାରା କେବଳ ସେ ନୁହଁନ୍ତି, ପଟ୍ଟାମୁଣ୍ଡାଇ ଓ ମାହାଙ୍ଗାର ଆଉ ଦୁଇ ଯୁବତୀ ମଧ୍ୟ ଆସି ଭେଟିଛନ୍ତି ହାଇଦରକୁ। ଏପରିକି ଷଡ଼ଯନ୍ତ୍ରର ଲିଡ୍ ନେଇଥିବା ହାଇଦର୍ର ଧରମପୁଅ ଇସ୍ତିୟାକ୍ ଖାନ ସହ ମଧ୍ୟ ଏମାନଙ୍କର ଥିଲା ସଂପର୍କ। ଆଉ ହାଇଦର ଖସିଯିବା ପରେ ବି ଲଗାତର ଫୋନ୍ରେ କଥା ହେଉଥିଲେ ହାଇଦର ସହ। ଆଉ ସେହି କଲ୍ ଡିଟେଲ୍ସ ହିଁ ଧରାପକାଇଦେଲା ତେଲେଙ୍ଗାନାରେ ଲୁଚିଥିବା ହାଇଦରର ଠିକଣା। ଏଥିପାଇଁ ଟେକ୍ନିକାଲ୍ ଏକ୍ସପର୍ଟଙ୍କୁ ନେଇ ଏକ ସାଇବର ଟିମ୍ ଗଠନ କରାଯାଇଥିଲା। ସେହି ଟିମ୍ ମୋବାଇଲ ଲୋକେସନ୍ ସହ ହାଇଦରର ଗତିବିଧି ସମ୍ପର୍କରେ ବିସ୍ତୁତ ତଥ୍ୟ ଜାଣିପାରୁଥିଲା। କାହା ମାଧ୍ୟମରେ ଅର୍ଚ୍ଚନା ସହ ୩ ଯୁବତୀ ହାଇଦର ଲିଙ୍କ୍ରେ ଆସିଥିଲେ | ଏଯାଏଁ ଅର୍ଚ୍ଚନା ଓ ଇସ୍ତିୟାକ୍ ଖାନ୍ ସମେତ ୭ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଥିବାବେଳେ ଅନ୍ୟ ୨ ଯୁବତୀଙ୍କୁ ସ୍କାନରରେ ରଖିଛି ପୋଲିସ। ତେବେ ଅର୍ଚ୍ଚନାଙ୍କ ପରିବାରର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- , ଅର୍ଚ୍ଚନା ଚାକିରି ପାଇଁ ଜିଦ୍ ଧରି ଗତ ଡିସେମ୍ବର ୨୭ରେ ଭୁବନେଶ୍ୱର ଯାଇଥିଲା। ଲକି ନାମକ ଜଣେ ଝିଅର ସଂସ୍ପର୍ଶରେ ଆସି ସେ ଭରଦ୍ୱାଜ ସପ୍ଲାଇରେ କାମ କରୁଥିଲେ। କିନ୍ତୁ ହାଇଦର ସହ ଲିଙ୍କ ସମ୍ପର୍କରେ ପୂର୍ବରୁ ସେମାନେ ଜାଣିନଥିଲେ।






More Stories
ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ…..
ମଧୁ ବାବୁ ପେନ୍ସନ୍ ଯୋଜନାର ଆବେଦନ ଯାଞ୍ଚ ପାଇଁ ନିର୍ଦ୍ଦେଶ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……